News
lipub
samparksetu

ଟାଟା ଷ୍ଟିଲ ପକ୍ଷରୁ ଚତୁର୍ଥ ଗ୍ରାମୀଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ୮ଟି ଗ୍ରାମର ୯୫ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ଅଂଶଗ୍ରହଣ

ଟାଟା ଷ୍ଟିଲ ମେରାମୁଣ୍ଡଳୀ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପାଶ୍ୱର୍ବର୍ତ୍ତୀ ୮ଟି ଗ୍ରାମର ୯୬ ଜଣ ଖେଳାଳିଙ୍କୁ ନେଇ ଚତୁର୍ଥ ଗ୍ରାମୀଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ଟିମ୍ ଦ୍ୱାରା ପରିଚାଳିତ ଏହି ଟୁର୍ଣ୍ଣାମେଂଟର ଫାଇନାଲ୍ ମ୍ୟାଚ୍‌ରେ ପାଇକ ପୁରୁଣା କୋଟ ଟିମ୍ ଖଲିବେରଣା ଗ୍ରାମ୍ୟ ଟିମ୍‌କୁ ହରାଇ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି ।
ଟାଟା ଷ୍ଟିଲ ମେରାମୁଣ୍ଡଳୀ ନିରାପତା ବିଭାଗ ମୁଖ୍ୟ ଶ୍ରୀ ଅଭିଷେକ ଶର୍ମା ଓ ସିଏ୍‌ସ୍‌ଆର ବିଭାଗ ମୁଖ୍ୟ ଶ୍ରୀ ଦିବ୍ୟହାସ ରୟ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍‌, ମ୍ୟାନ୍ ଅଫ ଦି ସିରିଜ୍‌, ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଶ୍ରେଷ୍ଠ ଆକ୍ରମଣକାରୀ ଓ ଶ୍ରେଷ୍ଠ କ୍ରୀଡ଼ା ସ୍ୱେଚ୍ଛାସେବୀ ଭଳି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଗ୍ରାମୀଣ ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ାର ପ୍ରସାର ନିମନ୍ତେ ଟାଟା ଷ୍ଟିଲର ଏକ ପଦକ୍ଷେପର ଅଂଶବିଶେଷ ଭାବେ ପ୍ରତିଭାବାନ ଖେଳାଳିଙ୍କ ଚିହ୍ନଟ ଓ ସେମାନଙ୍କ ବିକାଶ ପାଇଁ ଏହି ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ପାଇକ ପୁରୁଣା କୋଟ, ଖଲିବେରଣା, ମଙ୍ଗଳପୁର, ସରପା ରଘୁନାଥପୁର, ତାଳବାହାଳ, ଚନ୍ଦ୍ରଶେଖରପୁର, କଙ୍କାଳୁ ଓ ବାଦିବାହାଳ ଖେଳାଳି ଓ ଯୁବବର୍ଗମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ସହିତ ଖେଳର ମଜା ଉଠାଇଥିଲେ ।

ସ୍ଥାନୀୟ ଯୁବବର୍ଗଙ୍କୁ ଭଲିବଲ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ୩ ବର୍ଷ ହେଲା ଆଶୁତୋଷ ପାତ୍ର ନାମକ ଏକ ଜାତୀୟ ଭଲିବଲ କୋଚ୍‌ଙ୍କୁ ନିୟୋଜିତ କରାଯାଇଛି । ଉଭୟ ସିନିୟର ଓ ଜୁନିୟର ଗ୍ରୁପ୍ ଅନ୍ତର୍ଗତ କାରଖାନା ପାଶ୍ୱର୍ବର୍ତୀ ୧୦ଟି ଗ୍ରାମର ପ୍ରାୟ ୫୦୦ ଜଣ ଖେଳାଳି ଏହି ପ୍ରଶିକ୍ଷଣ ଓ ମାଗଦର୍ଶନକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି ।

new life
You might also like
error: Content is protected !!