News
lipub
samparksetu

ଆମ୍ ଆଦମୀ ପାର୍ଟି ର ସାଙ୍ଗଠନିକ ବୈଠକ

ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର ଉପଖଣ୍ଡରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ ପାଇଁ ବିଷଦ ଆଲୋଚନା କରାଯାଇଥିଲା l ତାଛଡା ଏହି ଅଞ୍ଚଳରେ ରାଜସ୍ବ ବିଭାଗର ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ଚଳିତ ଖରିଫ ରବି ଋତୁରେ ମରୁଡି, ଅଦିନିଆ ବର୍ଷା ଯୋଗୁଁ ଚାଷୀ କୂଳର କ୍ଷୟ କ୍ଷତି ସମ୍ପର୍କରେ ଆଲୋଚନା କରାଯାଇ ପ୍ରଶାସନର ନୀରବତାକୁ ନେଇ ବୈଠକରେ ଉଦଗେବ ପ୍ରକାଶ ପାଇଥିଲା l

ଯଦି ଜିଲ୍ଲା ପ୍ରଶାସନ ଠିକ ଭାବରେ କ୍ଷୟକ୍ଷତିର ଆକଳନ ନକରେ ତେବେ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରତିବାଦ କରାଯିବlର ନିଷ୍ପତ୍ତି ନିଆଯାଇଥିଲା l ଏହି ବୈଠକରେ ଆପ୍ ର କାମାକ୍ଷା ନଗରବ୍ଲକ ସଭାପତି ବିନୟ ସାହୁ ସଭା ପରିଚାଳନା କରିଥିବା ବେଳେ ପ୍ରମୁଖ ସଦସ୍ୟ ଚନ୍ଦ୍ରଶେଖର ସାହୁ, ସୁବୋଧ ବେହେରା, ବ୍ରଜବନ୍ଧୁ ସେଠି, ବିଜନ ବିଶ୍ୱାଳ, ଯୁବ ନେତା ଶ୍ରୀକ୍ଷେତ୍ର ମହାନ୍ତି, ବିଜନ ବିଶ୍ୱାଳ, ପଙ୍କଜ ସାହୁ, ସୂର୍ଯ୍ୟକାନ୍ତ ସାହୁ, ଦୀପ୍ତିକାନ୍ତ ପୃଷ୍ଟି, ପ୍ରଶାନ୍ତ ନାଏକ, ଜଗବନ୍ଧୁ ନାଏକ, ଅଖିଳ ପୃଷ୍ଟି, ବିଶ୍ୱରଂଜନ ସାହୁ, ଦେବାନନ୍ଦ ହୋତା, ବିଦ୍ୟାଧର ନାୟକ, ଶରତ ପଧାନ ପ୍ରମୁଖ ଯୋଗ ଦେଇଥିଲେ l

ଏମାନଙ୍କ ବ୍ୟତୀତ ସମାଜସେବୀ ତଥା ଆଇନଜୀବୀ ପ୍ରଦୀପ ସାହୁ ଓ ଶ୍ରୀକାନ୍ତ କୁମାର ସାହୁ ଯୋଗଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ଦେଇଥିଲେ l ପ୍ରକାଶ ଯୋଗ୍ୟକି କିଛି ଯୁବକ ମାନେ ଉତ୍ତରୀୟ ସହିତ ଦଳର ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା l ଶେଷରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

new life
You might also like
error: Content is protected !!