News
lipub
samparksetu

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞ।ପିତ ଅଞ୍ଚଳ ପରିଷଦରେ ବୁଧବାର ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ୧୨ନଂ ୱାର୍ଡ ର ରବି ବେହେରା ଙ୍କ ପୁଅ ରାଜେନ୍ଦ୍ର ବେହେରା (୩୦) ।

ସେ ଘର ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା ଯାହା ଫଳରେ ସେ ୧୦ ଫୁଟ ଦୂରରେ ଫୋପାଡ଼ି ହୋଇ ପଡ଼ିଥିଲେ ।ତାଙ୍କ ମୁଣ୍ଡରେ ପ୍ରଚଣ୍ଡ ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା ।

new life
You might also like
error: Content is protected !!