News
lipub
samparksetu

ଗୀତା ଜୟନ୍ତୀ ଅବସରରେ ପାଲା ଗାୟକ ସଂଘର ତ୍ରୟୋଦଶ ବାର୍ଷିକ ସାମ୍ବତ୍ସରିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ କନ୍ତିଓ ପୁଟସାହି ପଞ୍ଚାୟତର କନ୍ତିଓ ନୂଆସାହିରେ ଗତ ଗୀତା ଜୟନ୍ତୀ ଅବସରରେ ଶ୍ରୀମଦ ଭଗବତ ଗୀତା ବିଶ୍ବଶାନ୍ତି ମହାଯଜ୍ଞ ଏବଂ ପରେ କାମାକ୍ଷାନଗର ପାଲାଗାୟକ ସଂଘର ତ୍ରୟୋଦଶ ସାମ୍ବତ୍ସରିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ଏହି ଅବସରରେ ଘଟସ୍ଥାପନ, ସୂର୍ଯ୍ୟପୂଜା,ହୋମଯଜ୍ଞ,ବ୍ରାହ୍ମଣ ଭୋଜନ,ପ୍ରସାଦ ସେବନ ,ନାରାୟଣ ସେବା ଗୀତା ବହି ,ଦୁଃଖି ଦରିଦ୍ରଙ୍କୁ କମଳ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା | ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରର୍ମରେ ସଭାପତିତ୍ବ କରିଥିଲେ କାମାକ୍ଷାନଗର ପାଲାଗାୟକ ସଂଘ ମଣ୍ଡଳ ସଭାପତି ବସନ୍ତ କୁମାର ସାମଲ ,ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ପରିଡା |

ଏହି କାର୍ଯ୍ୟରେ ସଭାର ସମସ୍ତ ସଭ୍ୟ ସାହାଯ୍ୟ ସହଯୋଗ କରିଥିଲେ | ଶେଷରେ ସଭାକାର୍ଯ୍ୟ ସଂମ୍ପାଦାନ କରିଥିଲେ କାମାକ୍ଷାନଗର ପାଲାଗାୟକ ସଂଘ ମଣ୍ଡଳ ସହସମ୍ପାଦକ ଛବିଳ ମହାଖୁଡ |

new life
You might also like
error: Content is protected !!