News
lipub
samparksetu

ନିଯୁକ୍ତି ମେଳା ଅନୁଷ୍ଠିତ

କାମାକ୍ଷାନଗର ମହାବିଦ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସନ୍ମାନିତ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଉପସ୍ଥିତ ଥିଲେ।

ଏହି ଅବସରରେ ୪୦ କଂମ୍ପାନି ଓ ନିଯୁକ୍ତିଦାତା ଯୋଗଦେଇଥିଲେ।ଉପଖଣ୍ଡର ୪ଟି ବ୍ଲକର ଶତାଧିକ ନିଯୁକ୍ତି ଆଶାୟି ମାନେ ଯୋଗଦେଇଥିଲେ।ବର୍ତ୍ତମାନ ସ୍ଥିତିରେ ସରକାରୀ ସଂସ୍ଥାରେ ନିଯୁ୍କ୍ତି ପାଇବା ସମ୍ଭବ ହୋଇପାରୁନଥିବା ବେଳେ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବେରୋଜଗାରୀ ସମସ୍ୟା ଜଟିଳ ହେବାରେ ଲାଗିଛି।

ତେଣୁ ବେରୋଜଗାରୀଙ୍କୁ ରୋଜଗାର ଯୋଗାଇବା ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଓ ଅନୁଷ୍ଠାନ ମାଧ୍ୟମରେ ରୋଜଗାର ଯୋଗାଇ ଦେବା ପାଇଁ ସରକାର ଉଦ୍ୟମ କରିଛନ୍ତି। ଏହି ଉପଖଣ୍ଡ ସ୍ତରୀୟ ନିଯୁକ୍ତି ମେଳା ଦ୍ୱାରା ବ୍ଲକସ୍ତ୍ରରରେ ଥିବା ଯୁବକ ଯୁବତୀ ମେଳା ମାଧ୍ୟମରେ ବିଭିନ୍ନ ସଂସ୍ଥା ଓ ନିଜ ସାମର୍ଥ୍ୟ ମୁତାବକ କର୍ମ ସଂସ୍ଥାନ ପାଇ ପାରିବେ ବୋଲି ଜିଲ୍ଲା କୁହାଯାଇଛି।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରି,ନିୟୋଜନ ଅଧିକାରି,ଜିଲ୍ଲାପରିଷଦ ସଭ୍ୟ,ମହାବିଦ୍ୟାଳୟର ଅଧକ୍ଷ ଯୋଗ ଦେଇଥିଲେ।

new life
You might also like
error: Content is protected !!