News
lipub
samparksetu

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରାକପାଟଣା ଗ୍ରାମରେ କେତେକ ଦୁର୍ବୃତ୍ତ ଜଣେ ଚାଷୀଙ୍କର ଧାନ ଗଦାରେ ନିଆଁ ଲଗାଇ ଦେବାରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

ଗତ ଡିସେମ୍ବର ୨୨ତାରିଖରେ ଲଘୁଚାପ ବର୍ଷା ଆଶଙ୍କାରେ ଗ୍ରାମର ଜଗବନ୍ଧୁ ସାହୁ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ପ୍ରାୟ ୫
ଏକର ଜମିରେ ଥିବା ଧାନ ଫସଲକୁ କାଟି ରଖିଥିଲେ ।

ଏହାକୁ ନେଇ ଗ୍ରାମର ଦିଲ୍ଳିପ କୁମାର ସାହୁ ପ୍ରତିବାଦ କରିବା ସହିତ
ଏଠାରେ ରଖିଲେ ଧାନ ଗଦାରେ କେହି ନିଆଁ ଲଗାଇଦେବ ବୋଲି କହିଥିଲେ । ଜଗବନ୍ଧୁ ରାତିରେ ଶୋଇଥିବା ବେଳେ କେହି ଧାନ ଗଦାରେ ନିଆଁ ଲଗାଇଦେବାର ଜାଣିବାକୁ ପାଇଥିଲେ ।

ପୂର୍ବରୁ ଗ୍ରାମର ଏକ ମହିଳା ସମିତି ଏବଂ ଗ୍ରାମର ଲିଙ୍ଗରାଜ ସାହୁଙ୍କ ସହିତ ବିବାଦ ଥିବାରୁ ସେମାନେ ଏଥିରେ ସଂପୃକ୍ତ ରହିଥିବାର ସେ ଅଭିଯୋଗ କରିଛନ୍ତି ।ଏଣୁ ଏହାର ତଦନ୍ତ ସହିତ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ନ୍ୟାୟ ପ୍ରଦାନ ସହିତ ପରିବାରକୁ ସୁରକ୍ଷା ଦେବାକୁ ଜଗବନ୍ଧୁ ଜିଲ୍ଲାପାଳଙ୍କ ନିକଟରେ ଲି୍‌ଖିତ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!