News
lipub
samparksetu

ଗଣ୍ଡାନାଳୀ ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ହିନ୍ଦୋଳ ଉପଖଣ୍ଡ ଗଣ୍ଡାନାଳୀ ଗ୍ରାମରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ନୁତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ୨୫ ତାରିଖ ମଙ୍ଗଳ ବାର ଦିନ କୋଭିଡ୍ ନିୟମକୁ ଅନୂପାଳନ କରି ସ୍ୱଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଙ୍କୁ ନେଇ ଜଳଯାତ୍ରା କରାଯାଇଥିଲା। ତତ୍ ପରେ ମଣ୍ଡଳ କରଣ, ଦୁର୍ଗା ମାଧବ ପୂଜନ, ବାସ୍ତୁ ପୂଜା, ଧ୍ଵଜ ବନ୍ଧନ, ଗନ୍ଧାଧି ବାସ, ଜଳଧିବାସ ଓ କୁଣ୍ଡ ପୂଜା କରାଯାଇଥିଲା।

୨୬ ତାରିଖ ବୁଧବାର ଦିନ ସୂର୍ଯ୍ୟ ପୂଜା, ରୁଦ୍ର ପୂଜନ, ମହାସ୍ନାନ, ଧାନ୍ୟା ଧି ବାସ, ତଣ୍ଡୁ ଳ ଅଧିବାସ, ମନ୍ଦିର ସ୍ନାନ ଓ ଶୟ ନାଧି ବାସ କରାଯାଇ ଥିଲା। ଆଜି ସକାଳେ ସୂର୍ଯ୍ୟ ପୂଜା, ଗୋ ପୂଜା, ନ୍ୟାସ କର୍ମ, ହୋମ ଓ ମନ୍ଦିର ନ୍ୟାସ କରାଯାଇ ଏକ ସୁସଜ୍ଜିତ ଯାନ ରେ ଶ୍ରୀ ଜୀଉ ଙ୍କୁ ନଗର ପରିକ୍ରମା କରାଯାଇ ମନ୍ଦିର ପ୍ରେବେଶ କରା ଯାଇଥିଲା।

ଏହି ପ୍ରତିଷ୍ଠା କର୍ମରେ ଆଚାର୍ଯ୍ୟ ଭାବେ ପଣ୍ତିତ ବାସୁଦେବ ମିଶ୍ର, ପଣ୍ତିତ ସଞ୍ଜୟ ଆଚାର୍ଯ୍ୟ ଓ ପଣ୍ଡିତ ପ୍ରଭାତ ମିଶ୍ର ପ୍ରମୁଖ ଯୋଗ ଦେଇ ପୂଜା କର୍ମ କରିଥିବା ବେଳେ ଶ୍ରୀ ରଘୁନାଥ ମନ୍ଦିରର ନିତ୍ୟ ସେବକ ସନ୍ତୋଷ ଦାଶ ସହଯୋଗ କରିଥିଲେ। କର୍ତ୍ତା ଭାବେ ସପତ୍ନିକ ଗ୍ରାମର ନବକିଶୋର ଚୌଧୁରୀ ମନୋରମା ଚୌଧୁରୀ, ହୃଦାନନ୍ଦ ଘଡେଇ ଗୋମତୀ ଘଡେଇ, ବିଜୟ ରାଉତ ଓ ପ୍ରଭାତୀ ରାଉତ ପ୍ରମୁଖ ଯୋଗ ଦେଇ ପୁଜା କାର୍ଯ୍ୟ ରେ ସହଯୋଗ କରିଥିଲେ। ତିନି ଦିନ ବ୍ୟାପୀ ଏହି ଧାର୍ମିକ ଅନୁଷ୍ଠାନରେ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିଲେ। ପ୍ରତ୍ୟହ ଆନନ୍ଦ ବଜାର ରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ।

new life
You might also like
error: Content is protected !!