News
lipub
samparksetu

ଲୋପ ପାଉଛି ପରମ୍ପରା,ବଜାୟ ରଖିବା ପାଇଁ ଲଢେଇ

ଯୁଗ ବଦଳୁଛି,ଲୋପ ପାଉଛି ପରମ୍ପରା ଆଧୁନିକତାର ଚାକଚକ୍ୟ କୁ ଆକର୍ଷିତ ଯୁବ ପିଢି ,ଭୁଲି ଯାଉଥିବା ନିଜର କୌଳିକ ବୃତ୍ତି, ବାଦ୍ୟ, ନୃତ୍ୟ ଚାଲିଚଳନ ,ଶିକ୍ଷା, ଜଙ୍ଗଲ ଜମି ଅଧିକାର କୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଛି ସଚେତନ,ଏଭଳି ପ୍ରୟାସ ଜାରି ରଖି ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ ।

କାମାକ୍ଷାନଗର ବ୍ଲକ ବଡ ସୁଆଁଳ ଗୋଡିପୋଖରୀ ଠାରେ ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ର ଜିଲ୍ଲା ସଭାପତି ଗୋପାଳ ପଧାନ ଙ୍କ ନେତୃତ୍ବରେ ଆୟୋଜିତ ଏକ ସଭା ଅନୁଷ୍ଠିତ ହୋଇଥିଲା
। ଉକ୍ତ ସଭାରେ ସମ୍ନାନିତ ଅତିଥି ଭାବେ ଆଇନଜିବୀ ବିମଳ ଚନ୍ଦ୍ର ବିଶ୍ବାଳ,ନୋଟାରୀ ଅମିୟ କୁମାର ପଟନାୟକ ସାମ୍ବାଦିକ ମନୋଜ କୁମାର ସାହୁ,ସମାଜସେବୀ ଅଜୟ କୁମାର ପଟନାୟକ ଉପସ୍ଥିତ ଥିଲେ।

ଜିଲ୍ଲାର ସାତଟି ବ୍ଲକ ର ୧୭୨ ଖଣ୍ଡ ମୌଜାରୁ ଜଣେ ଲେଖାଏ ସଭ୍ୟ ଲୋକମାନେ ସାମିଲ ହେବେ। ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ମାନ୍ୟତା ମିଳି ସାରିଛି,ଜିଲ୍ଲାର ନିର୍ଦ୍ଦିଷ୍ଟ ବ୍ଲକର ନିର୍ଦ୍ଦିଷ୍ଟ ଗ୍ରାମକୁ ଚିହ୍ନଟ ସରିଛି,
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସତର ଜଣିଆ କମିଟି ଗଠନ ହୋଇଛି,ଆଦିମ ଜନଜାତି ଜୁଆଙ୍ଗ ମାନେ କିପରି ସମସ୍ତ
ସୁବିଧା ପାଇବେ ଏହି ଲକ୍ଷ୍ୟ ନେଇ ସଭା ଅନୁଷ୍ଠିତ ହେଉଛି।

ଏହି ଗ୍ରାମ ସଭା ବୈଠକ ତଥା ସଚେତନ ସଭାରେ ଜୁଆଙ୍ଗ ମହାସଭା ର ମହିଳା ନେତ୍ରୀ ସୁକାନ୍ତି ପଧାନ ଅମୁଲି ରାଉତ,ରବିପଧାନ,ରଘୁ ପଧାନ,ମଧୁନାୟକ ସହଦେବ ପଧାନ,ଦୁଃଶାସନ ପଧାନ,ଓ ଗୋବିନ୍ଦ ପଧାନ ପ୍ରମୁଖ ସଂଗଠନର ଦାୟୀତ୍ବ ନେଉଛନ୍ତି।

ଜିଲ୍ଲା ସଭାପତି ଙ୍କ ୨୫ ବର୍ଷର ଉଦ୍ୟମ ରେ ବିଭିନ୍ନ ଗ୍ରାମ କୁ ଯାଇ
ଗ୍ରାମ ସଭା ଗଠନ କରି ଲୋକ ମାନଙ୍କ ସହଯୋଗ ପାଇ ଜିଲ୍ଲା ସ୍ତରରେ ବିଭିନ୍ନ ଅଧିକାରୀ ଙ୍କ ସହ ଜିଲ୍ଲା ଜନଜାତି ମାନଙ୍କ ପାଇଁ କିପରି ଉନ୍ନତି ହେବ ସର୍ବଦା ପ୍ରଚେଷ୍ଟା ଜାରି ରଖିବାରେ ଏବେ ତିନି ବର୍ଷ ହେବ ମୁଖ୍ୟମନ୍ତ୍ରୀ ଙ୍କ ସ୍ବୀକୃତି ମିଳିଥିଲେ ମଧ୍ୟ ତାହା କାର୍ଯ୍ୟ।ନୁଷ୍ଠାନ ହୋଇନାହିଁ। ସରକାରଙ୍କୁ ଏବିଷୟରେ ସଚେତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

new life
You might also like
error: Content is protected !!