News
lipub
samparksetu

ରାସୋଳ ରେ ନିର୍ବାଚନୀ ହିଂସା

ଗତ କାଲି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ପ୍ରଚାର ର ଶେଷ ଦିନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ କାଲି ରାସୋଳ ର ତେଲି ଭୁଇଁ ଠାରେ କାର୍ଯ୍ୟରତ ସରପଞ୍ଚ ଙ୍କ ସ୍ବାମୀ ରମେଶ ଚନ୍ଦ୍ର ସାହୁ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଅନ୍ୟତମ ସରପଞ୍ଚ ପ୍ରାର୍ଥୀ ପିଣ୍ଟୁ ସେଠୀ ସେଠାରେ ପହଞ୍ଚି ଥିଲେ।

ନିର୍ବାଚନ ପ୍ରଚାରକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇ ମାଡ଼ ପିଟ୍ ଯାଏ କଥା ଯାଇଥିଲା। ସରପଞ୍ଚ ଙ୍କ ସ୍ବାମୀ ରମେଶ ଚନ୍ଦ୍ର ସାହୁ ପିଣ୍ଟୁ ସେଠୀ ଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଥିବାର ଥାନାରେ ଅଭିଯୋଗ ହୋଇଛି।

ସେହି ପରି ଏହି ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଦୂତି ସେଠୀ ଓ ସମିତି ସଭ୍ୟା ପ୍ରାର୍ଥୀ ନୀ ସୁମତି ବେହେରା ଙ୍କୁ ସରପଞ୍ଚ ପ୍ରାର୍ଥୀ ପିଣ୍ଟୁ ସେଠୀ ଓ ତାଂକ ସହଯୋଗୀ ଦୀପକ ନାଥ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଧକ୍କା ମାରିବାକୁ ନେଇ ଗତ କାଲି ରାସୋଳ ଥାନା ରେ ଦୁଇଟି ପୃଥକ ମାମଲା ପଞ୍ଜିକରଣ ହୋଇ ଥିବାର ଜଣା ଯାଇଛି।

new life
You might also like
error: Content is protected !!