News
lipub
samparksetu

ନିର୍ବାଚନ ପୂର୍ବରୁ ,ସମିତି ସଭ୍ୟା ପ୍ରାର୍ଥୀନୀ ଙ୍କ ସ୍ଵାମୀ ନିଖୋଜ !

ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସାଙ୍କୁଲେଇ ଗ୍ରାମପଞ୍ଚାୟତର କୁମାର ଦେଇପୁର ଗ୍ରାମର ଜଣେ ଯୁବକ ଗାଏବ ହୋଇଯାଇଛନ୍ତି । ଗାଏବ ଯୁବକ ଜଣଙ୍କ ଚିନ୍ମୟ ଦାସ ।

ସେ ସାଙ୍କୁଲେଇ ଗ୍ରାମପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ଭାରତୀ ରଥଙ୍କ ସ୍ଵାମୀ ବୋଲି ସୂଚନା ।ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ୯ଟା ସମୟରେ ଚିନ୍ମୟ ଘରୁ ବାହାରି ନିକଟସ୍ଥ ଗ୍ରାମକୁ ଯାଇଥିଲେ। ସେ ଦୀର୍ଘ ସମୟଧରି ଘରକୁ ନଫେରିବାରୁ ପରିବାର ଲୋକ ଫୋନ କରିବାରୁ ମୋବାଇଲ ଅଫ ଦେଖାଇଥିଲା । ଏହାପରେ ପରିବାର ଲୋକ ଗ୍ରାମବାସୀଙ୍କ ସହିତ ମିଶି ତାଙ୍କୁ ଖୋଜାଖୋଜି କରିଥିଲେ। ଗ୍ରାମଠାରୁ କିଛି ଦୂରରେ ରାସ୍ତା ଉପରେ ତାଙ୍କ ସ୍କୁଟି ମିଳିଥିଲା ।

ସ୍କୁଟିରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା।ଏହାପରେ ପରିବାର ଲୋକ ଆଜି ସକାଳେ ସଦର ଥାନାରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆଣିଛନ୍ତି।

new life
You might also like
error: Content is protected !!