News
lipub
samparksetu

ଷ୍ଟ୍ରଙ୍ଗ ରୁମ ଗେଟ ସମ୍ନାରେ ଆରମ୍ଭ ହେଲା ୨୪ଘଣ୍ଟିଆ ପହରା

ଗଁଦିଆ ବ୍ଲକରେ ଗତକାଲି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି ମତଦାନ ଉକ୍ତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀ ମାନଙ୍କର ଭାଗ୍ୟ ମତଦାନ ବାକ୍ସ ରେ ସିଲ ହୋଇ ଯାଇଛି । ଉକ୍ତ ଭୋଟବାକ୍ସ ଗୁଡିକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବରେ ମତଦାନ କେନ୍ଦ୍ରରୁ ଅଣାଯାଇ ବ୍ଲକରେ ଥିବା ଷ୍ଟ୍ରଙ୍ଗ ରୁମ ମଧ୍ୟରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।

ହେଲେ ଚଳିତ ନିର୍ବାଚନରେ ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀ ମାନେ ଏବେ ସନ୍ଦେହ ଘେରରେ ଅଛନ୍ତି କାରଣ ଚଳିତ ମାସ ୨୬ତାରିଖରେ ମତ ଗଣନା କାର୍ଯ୍ୟ ଆରମ୍ଭ ହେବ ତେଣୁ ଏତେ ଦିନର ବ୍ୟବଧାନ କୁ ଅନେକ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଛନକା ପଶିଛି କାଳେ ସରକାରୀ ଦଳ ପ୍ରଶାସନକୁ ହାତବାରିସୀ କରି ରାତି ଅଧିଆ କିଛି ହେରଫେର କରି ପାରନ୍ତି ସେଥିପାଇଁ ଷ୍ଟ୍ରଙ୍ଗ ରୁମ ଆଗରେ ବନ୍ଧା ଯାଇଥିବା ଟେଣ୍ଟ ତଳେ କିଛି ପ୍ରାର୍ଥୀ ଓ ତାଙ୍କର ସମର୍ଥକ ମାନେ ଆଜିଠାରୁ ଦିନରାତି ଉଜାଗର ରହି ୨୪ଘଣ୍ଟିଆ ପହରା ଆରମ୍ଭ କରିଛନ୍ତି ।

new life
You might also like
error: Content is protected !!