ଢେଙ୍କାନାଳ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟନ ନିର୍ବାଚନ ପାଇଁ ରବିବାର ଦିନ ଶାନ୍ତି ଶୃଙ୍ଖଳାର ସହତି ଅନୁଷ୍ଠିତ ହୋଇଛି । କାମାକ୍ଷାନଗର ମୋଟ ୨୯ଟି ପଞ୍ଚାୟତ ପାଇଁ ୪୭ ହଜାର ୨୨୦
ଜଣ ପୁରୁଷ ଏବଂ ୪୪ ହଜାର ୭ ଜଣ ମହଳି । ଏଭଳି ମୋଟ ୯୧ ହଜାର ୨୨୭ ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ହଜାର ୧୭୪ଜଣ ପୁରୁଷ ଏବଂ ୩୫ ହଜାର ୫୩୮ଜଣ ମହିଳା
ଭୋଟର ଏଭଳି ମାଟ ୭୩ ହଜାର ୭୧୨ ଜଣ ଭୋଟର ସେମାନଙ୍କର ମତଦାନ କରିଛନ୍ତି ।
ଏଭଳି ମୋଟ ୮୦.୮୦ ପ୍ରତିଶତ ମତାଦାନ କରାଯାଇଥିବାର ଜଣାପଡିଛି । ଏହି ନିର୍ବାଚନରେ ପରଜଙ୍ଗ ବ୍ଲକ ୱାର୍ଡମେମ୍ବର ପାଇଁ ୪୭୨, ସରପଞ୍ଚ ୮୨ଜଣ, ସମିତି ସଭ୍ୟ ୭୮ଜଣ, ଜିଲ୍ଲାପରିଷଦ ୧୨ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ସେହିପରି ପରଜଙ୍ଗ ବ୍ଲକର ୨୨ଟି ପଞ୍ଚାୟତରେ ମୋଟ ୧ଲକ୍ଷ ୭ ହଜାର ୬୧୭ ଭୋଟର ରହିଥିବା ବେଳେ ୫୪ ହଜାର ୮୫୫ଜଣ ପୁରୁଷ ୪୧ ହଜାର ୮୨୭ଜଣ ମହିଳା । ମୋଟ ୮୬
ହଜାର ୮୨ଜଣ ଭୋଟର ତାଙ୍କର ମତଦାନ କରିଛନ୍ତି ।
ପରଜଙ୍ଗରେ ମୋଟ ୭୯.୯୯ ପ୍ରତିଶତ ମତାଦାନ ହୋଇଥିବାର ଜଣାପଡିଛି । ଏହି ନିର୍ବାଚନରେ ପରଜଙ୍ଗର ତିନୋଟି ଜିଲ୍ଲାପରିଷଦ ପାଇଁ ୧୩ଜଣ,ସରପଞ୍ଚ ପାଇଁ ୮୭ ଜଣ,ସମିତି ସଭ୍ୟ ପାଇଁ ୭୦ ଜଣ,ଦୁଇଟି ଅପ୍ରତିଦ୍ୱନ୍ଦି, ୱାର୍ଡମେମ୍ବର ପାଇଁ ୫୯୮ ଜଣ,୧୨୨
ପ୍ରତିଦ୍ୱନ୍ଦି ଏବଂ ୧୮ ଟି ୱାର୍ଡ ର କେହି ପ୍ରାର୍ଥୀ ନଥିବାର ଜଣାପଡିଛି ।
