ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ବନସୁରକ୍ଷା କୁ ନେଇ ଗୋଟିଏ ଶୋଭାଯାତ୍ରା ହୋଇଯାଇଛି l ଏହି ଶୋଭାଯାତ୍ରା ରେ ଏ ସି ଏଫ ସୁବ୍ରତ ପାତ୍ର, ରେଞ୍ଜର ସତ୍ୟ ନାରାୟଣ ସାହୁ, ବନବିହାରୀ ସର୍ଦାର, ଅଗ୍ନିଶମ ବିଭାଗ, କେନ୍ଦୁପତ୍ର ର କର୍ମଚାରୀ,୨୬ ଜଣ ପୂର୍ବାଞ୍ଚଳ ବନ ସୁରକ୍ଷା ସମିତି କର୍ମଚାରୀ ୨୬ ଜଣ ପଶ୍ଚିମାଞ୍ଚଳ ବନ ସୁରକ୍ଷା ସମିତି କର୍ମଚାରୀ ସାମିଲ୍ ହୋଇଥିଲେ l
ଏହି ଶୋଭାଯାତ୍ରା ବନବିଭାଗ ବଙ୍ଗଳl ଠାରୁ ବାହାରି ଜିରିଡାମାଳି ବଜାର ଦେଇ ଜିରିଡାମାଳି ଗ୍ରାମ ପରିକ୍ରମା କରିଥିଲା l ଏଥିରେ ଲୋକ ମାନଙ୍କୁ ଜଙ୍ଗଲ ରେ ନିଆଁ ନ ଲଗାଇ କିପରି ଜଙ୍ଗଲ ର ସୁରକ୍ଷା କରାଯିବ, କିପରି ନୂତନ ଜଙ୍ଗଲ ସୃଷ୍ଟି କରାଯାଇ ପାରିବ, ଜଙ୍ଗଲ ଥିଲେ ଆମେ ଅଛେ, ଜଙ୍ଗଲ ବିନା ଆମେ ନିଶ୍ୱାସ ନେବାକୁ ଅମ୍ଳଜାନ ଟିକେ ମଧ୍ୟ ପାଇପାରିବା ନାହିଁ,ସେ ବିଷୟରେ ବନ ବିଭାଗ ର କର୍ମଚାରୀ ମାନେ ବୁଝାଇ ଥିଲେ l “ଜଙ୍ଗଲ ରେ ନିଆଁ ଲଗାଅ ନାହିଁ ” ଏହି ସ୍ଲୋଗାନ ଦେଇ ସେମାନେ ଜିରିଡାମାଳି ପରିକ୍ରମା କରିଥିଲେ ଓ ଲୋକଙ୍କୁ ସଚେତନ କରାଇଥିଲେ l
