News
lipub
samparksetu

ଚାଲୁନି ପମ୍ପ୍ , ବୁଲୁନି ଫ୍ୟାନ ; ଅସହ୍ୟ ଗରମ ରେ ଦାଉ ସାଜିଛି ଲୋ ଭୋଲ୍ଟେଜ ସମସ୍ୟା

କେତେବେଳେ ଲାଇଟ ଲିଭୁଚି ତ କେତେବେଳେ ଫ୍ୟାନ ବୁଲୁନି ତ କେତେବେକେ ଅପଡାଉନ ହୋଇ ପୋଡି ଯାଉଛି ବିଦ୍ୟୁତ ଉପକରଣ । ଏଭଳି ସମସ୍ୟା ଉପୁଜିଥିବା ର ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ବାସୀ । ତେବେ ସମସ୍ୟାର ମୁଳ ସମସ୍ୟା ହେଉଛି ଲୋ ଭୋଲ୍ଟେଜ। ଅସହ୍ୟ ତାତି କୁ ବାହାରକୁ ବାହାରି ପାରୁନଥିବାରୁ ଘର ଭିତରେ ସଭିଏଁ ଆଶ୍ରୟ ନେଉଥିବା ବେଳେ ଲୋଭୋଲ୍ଟେଜ ହେତୁ କଛପ ଗତିରେ ବୁଲୁଛି ଫ୍ୟାନ ଏପରିକି ଲୋଭୋଲ୍ଟେଜ ହେତୁ ବିଭିନ୍ନ ସମୟରେ ପାଣି ପମ୍ପ ଗୁଡିକ ଅଚଳ ହୋଇ ପଡୁଛନ୍ତି ତେଣୁ ଅସହ୍ୟ ଗ୍ରୀଷ୍ମ ରେ ମଧ୍ୟ ପାଣି ସମସ୍ୟା ଦେଖା ଦେଉଛି ।

ବିଦୂତ କାଟ ନ କରିବାକୁ ରାଜ୍ୟ ସରକାର କର୍ତ୍ତୃପକ୍ଷ ଙ୍କୁ ପ୍ରତିବର୍ଷ ତାଗିଦ କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ ଅଟହାସ୍ୟ ପରି ମନେ ହେଉଥିବାର ଜନ ସାଧାରଙ୍କ ମଧ୍ୟରେ ଚର୍ଚ୍ଚା । ତେବେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବିଦ୍ୟୁତ କାଟ ସମସ୍ୟା ଦେଖା ଦେଇଥିବା ବେଳେ ସ୍ଥାନୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇ ମଧ୍ୟ କୌଣସି ଲୋକ ଦେଖାଣିଆ ପଦକ୍ଷେପ ନେଇ ନାହାନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏଭଳି ସମସ୍ୟା ର କେବେ ଯେ ସମାଧାନ ହେବ ତାହା ସମୟ ହିଁ କହିବ ।

new life
You might also like
error: Content is protected !!