News
lipub
samparksetu

କର୍ମଚାରୀ ଅଭାବରୁ ଶବ ବ୍ୟବଚ୍ଛେଦ ପାଇଁ ନାହିଁ ନଥିବା ଅସୁବିଧା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ ପାଇଁ କର୍ମଚାରୀ ନାହାନ୍ତି ପରଜଙ୍ଗ ଅଞ୍ଚଳ ବାସୀ ନାହିଁ ନଥିବ ଅସୁବିଧା ଦେଖିବାକୁ ମିଳିଛି । ପୂର୍ବରୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ସବୁଠିକଠାକ ଚାଲୁ ରହି ଆସୁଥିଲା । କିଛି ଦିନ ହେବ ଝାଡୁଦାର ଅଭାବରୁ ଏଠାରେ ଶବ ବ୍ୟବଚ୍ଛେଦ କରିବାକୁ ଆସୁଥିବା ଲୋକେ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଲୋକଙ୍କୁ ହଇରାଣ କରି କାମାକ୍ଷାନଗର ସ୍ବାସ୍ଥ୍ୟ କେନ୍ଦ୍ର କୁ ବ୍ୟବଚ୍ଛେଦ ପାଇଁ ପଠାଯାଉଥିବା ଅଭିଯୋଗ କରିଛି ପରଜଙ୍ଗ ଭାଜପା ଦଳ ।

ଏଥିରେ ପରଜଙ୍ଗ ଥାନାର ଚାରୋଟି ଫାଣ୍ଡି ଅଧୀନରେ ଥିବା ପାଖାପାଖି ୩୫ ରୁ ୪୦ ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । ଯଦି ଜଣେ ଗରିବ ଲୋକ ବ୍ୟବଚ୍ଛେଦ ପାଇଁ ଆସେ ଓ ତାକୁ କାମାକ୍ଷାନଗର ପଠାଯାଏ ତେବେ ସେ କେଉଁଠୁ ଅର୍ଥ ଆଣି ନିଜ ଘରକୁ ଯିବ ବୋଲି ପରଜଙ୍ଗ ଭାଜପା ପ୍ରଶ୍ନ କରିଛି ।

ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଓ ସାଂସଦ ସମ୍ପୂର୍ଣ୍ଣ ଭାବେ ଦାଇ ବୋଲି ବିଜେପି କହିବା ସହ ଶୀଘ୍ର ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ପରଜଙ୍ଗ ଭାଜପା ଦଳର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶରତ ଚନ୍ଦ୍ର ସାହୁ । ଆମେ ପରଜଙ୍ଗ ଗୋଷ୍ଠୀ କେନ୍ଦ୍ର ର ମୁଖ୍ୟ ଡ଼ଃ ଶିବାନୀ ପ୍ରିୟଦର୍ଶିନୀ ନାୟକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

new life
You might also like
error: Content is protected !!