News
lipub
samparksetu

ନିଯୁକ୍ତି ଦେବାକୁ କହି ପ୍ରତାରଣା କଲା କମ୍ପାନୀ !

କାମାକ୍ଷାନଗର ବ୍ଲକ କାଦୁଆ ରାଜସ୍ବ ସର୍କଲ ଅଧିନ ସମାଟାଙ୍ଗୀ ମୌଜାର ଭଣ୍ଡାରିଆ ତୈଳା, ନୂଆ ତୈଳା, ଦିନା ତୈଳା, ଫୁଲସର ଓ ବେହେରା ତୈଳାରୁ ୨୦୦ ଏକରରୁ ଉର୍ଦ୍ଧ୍ବ ଜମି ଆର ଆଣ୍ଡ ବି ମେଟାଲ ଟେକ ପ୍ରାଇଭେଟ୍ ଲିମିଟେଡ ଓ ଆଇ.ଏ.ଏଲ. ଟେକନଲୋଜି ଅଧିଗ୍ରହଣ କରିଥିଲେ।

ଜମି ଅଧିଗ୍ରହଣ ସମୟରେ ବେକାର ଯୁବକ ଯୁବତୀଙ୍କୁ କମ୍ପାନୀ ହେବା ପରେ ନିଯୁକ୍ତି ଦେବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ କମ୍ପାନୀ ପ୍ରତାରଣା କରି ଜାଗା ଅଧିଗ୍ରହଣ କରିଛି ବୋଲି ଜାଣିବା ପରେ ଗାଁ ରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଉକ୍ତ ଜାଗା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର କିଛି ଲୋକ ନିଜ ନାଁ ରେ ପଟ୍ଟା କରି ଦଖଲ ପାଇଁ ଚିହ୍ନଟ ମାଗିଥିଲେ। ଆଜି ଚିହ୍ନଟ ପାଇଁ କାଦୁଆ ରାଜସ୍ବ ନୀରିକ୍ଷକ ଓ କାମାକ୍ଷାନଗର ଥାନାର କର୍ମଚାରୀ ଗାଁକୁ ଆସିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଜାଗା ଚିହ୍ନଟ କରିବାକୁ ବିରୋଧ କରିଥିବା ବେଳେ ଅଧିକୃତ ଜାଗା ଫେରସ୍ତ ପାଇଁ ଦାବି କରିଥିଲେ।

new life
You might also like
error: Content is protected !!