News
lipub
samparksetu

ବିଧବା ମହିଳାଙ୍କୁ ଘର ମିଳିବ କେବେ!

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଲିବୋରେଇ ପଞ୍ଚାୟତ ଗୋବିନ୍ଦପରୁ ଗ୍ରାମରେ ରହୁଥିବା ଜଣେ ଗରିବ ବିଧବା ମହିଳା ଭଙ୍ଗା ଘରେ ଜୀବନଯାପନ କରୁଥିବା ବେଳେ ତାଙ୍କୁ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ଖଣ୍ଡେ କେବେ ମିଳିବ ବୋଲି ପ୍ରଶ୍ନ ଉଠିଛି ।ସରକାର ତରଫରୁ ଗରିବ ଅସହାୟ ମହିଳା,ବିଧବା ମହିଳାଙ୍କୁ ଅଗ୍ରାଧିକାରୀ ଭିତ୍ତିରେ ଘର ଯୋଗାଇ ଦିଆ ଯାଉଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ଗ୍ରାମର ସ୍ବର୍ଗତ ଶମ୍ଭୁ ନାଏକଙ୍କ ପତ୍ନୀ କୌଶଲ୍ୟା ବେୱା ଜଣେ ଗରିବ
ମହିଳା । ସ୍ୱାମୀ ଗତ ୨୦ ବର୍ଷ ତଳୁ ଚାଲଯିବା ପରେ ତିନି ଝିଅ ମଧ୍ୟ ବିବାହ କରି ଶାଶୁ ଘରକୁ ଚାଲିଯାଇଛନ୍ତି । ସେ ଏକାକୀ ଘରେ ରହଥିବା ବେଳେ ଘରଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିରୁଜି ଗଲାଣି ।ସରକାରଙ୍କ ତରଫରୁ ମାତ୍ର ୫ଶହ ଟଙ୍କା ଭତ୍ତା ସହିତ ମାସକୁ ୫ କେଜି ଚାଉଳ ମିଳୁଛି । ଘର ନଥିବାରୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଙ୍କ ନିକଟରେ ନିବେଦନ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ହିନ୍ଦୋଳ ବ୍ଲକରେ ଥିଲା ବାଲାଙ୍କୁ ଆବାସ ଯୋଜନାରେ ଘର ମିଳୁଥିବା ବେଳେ ଗରିବ ବିଧବା ମହିଳା କୌଶଲ୍ୟାଙ୍କୁ ଆବାସ ଯୋଜନାରେ ଘର ସହିତ ଅନ୍ତଦ୍ୟୋୟ ଯୋଜନାରେ ଚାଉଳ ଯୋଗାଇ ଦେବାକୁ ଦାବି ହୋଇଛି ।

new life
You might also like
error: Content is protected !!