News
lipub
samparksetu

ବାଲିସାହି ଗ୍ରାମ ପାଇଁ ଆଲୋକ ସାତ ସପନ

ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଜନସାଧାରଣଙ୍କ ଦୁଃଖ, ଅସୁବିଧା ଏବଂ ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ମାତ୍ର ସେଇ ଯୋଜନା ଜନସାଧାରଣଙ୍କ ପାଖରେ ପହଂଚିଵା ତ ଦୂରର କଥା, ସେମାନେ ଏହି ବିଷୟରେ ଜାଣି ହିଁ ପାରୁନାହାନ୍ତି! ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଂସରା ଗ୍ରାମ ପଂଚାୟତ ର ବାଲିସାହିର ଗ୍ରାମବାସୀ ମାନେ ଏମିତି ଅସୁବିଧା ଏବଂ ଦୁର୍ଦ୍ଦଶା ଭିତରେ ଜୀବନ ବିତାଉଛନ୍ତି ।

ଯାହା ବନ୍ୟପ୍ରାଣୀ ଙ୍କ ଠାରୁ ମଧ୍ୟ୍ୟ ଅଧିକ ଯନ୍ତ୍ରଣା ଦାୟକ !ଆଜକୁ ପ୍ରାୟ ଚାଳିଶ ବର୍ଷ ହେବ ସେମାନେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି ,ସତେ ଯେମିତି ବିଜୁଳି ଆଲୋକ ପାଲଟିଛି ସେମାନଙ୍କ ପାଇଁ ସାତ ସପନ । ଆଜିର ଦୁନିଆରେ ବିନା ବିଜୁଳି ଆଲୋକରେ ବଂଚିବା କେତେଯେ କଷ୍ଟକର ତାହା ସମସ୍ତଙ୍କୁ ଜଣା ।

ବିଜୁଳି ଆଲୋକ ବିନା ଗ୍ରାମର ସମସ୍ତ ପିଲାମାନେ କିପରି ଯେ ପାଠ ପଢିବା ସହିତ ଜୀବନ ବିତାଉଛନ୍ତି, ତାହା ଭଗବାନ ଜାଣନ୍ତି!ମାତ୍ର ପ୍ରଶାସନ ଠାରୁ ଆରମ୍ଭ କରି ନେତା ପଯ୍ୟନ୍ତ ସମସ୍ତେ ନଜାଣିଲା ପରି ଅଣଦେଖା କରିଛନ୍ତି ସେମାନଙ୍କୁ ।ସରକାରଙ୍କ ଦ୍ୱାରା କରାଯାଇଥିବା କୁଟୀର ଜ୍ୟୋତି ଯୋଜନା ଠାରୁ ଆରମ୍ଭ କରି ସୌଭାଗ୍ୟ ଯୋଜନା ପର୍ଯ୍ୟନ୍ତ ସମସ୍ତ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ ।

ଇଲେକ୍ଟ୍ରି ଅଫିସ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତା ମାନଙ୍କୁ ବହୁବାର ଆପତ୍ତି ଅଭିଯୋଗ କରିଛନ୍ତି, ମାତ୍ର ସେମାନଙ୍କୁ କେବଳ ମିଳିଛି ପ୍ରତିଶୃତି।ହିନ୍ଦୋଳ ବିଦ୍ୟୁତ ବିଭାଗର ଅପାରଗତା ପାଇଁ ହିନ୍ଦୋଳ ଉପଖଣ୍ଡ ଜନସାଧରଣ ସଦାସର୍ବଦା ଦୁଃଖରେ କାଳାତିପାତ କରିବା କାହାକୁ ଅଛପା ନାହିଁ।

ଏଭଳି ଅବହେଳାର ଶିକାର ହୋଇ ଗ୍ରାମବାସୀ ଶେଷରେ ହତାଶ ଆଉ ନିରାଶା ହୋଇ ଜିଲ୍ଲପାଳଙ୍କୁ ଜଣାଇଛନ୍ତି ସେମାନଙ୍କର ଦୁଃଖ । ବସତି ସ୍ଥାପନ ହେବା ଦିନ ଠାରୁ ବିଜୁଳି ଆଲୋକରୁ ବଞ୍ଚିତ ଥିବା ଗ୍ରାମବାସୀଙ୍କୁ ଦେଖିବାକୁ ବାକି ରହିଲା କେବେ ମିଳିବ ବିଜୁଳି ।

new life
You might also like
error: Content is protected !!