News
lipub
samparksetu

କାର୍ଯ୍ୟରେ ଆସୁନାହିଁ ଶୌଚାଳୟ

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ବାବା ଚନ୍ଦ୍ରଶେଖରପୂଜା ପାଉଛନ୍ତି । ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ନିମନ୍ତେ ପାହାଚ ରାସ୍ତାରେ ପୂଜା ପାଉଥିବା ବୃଷବଙ୍କ ଠାରେ ୨୦୧୯ ମସିହାରେ ଏକ ଶୌଚାଳୟ ଦେବୋତ୍ତର ବିଭାଗ ଅନୁଦାନ ରାଶିରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଦ୍ୱାର ନିର୍ମାଣ କରାଯାଇଥିଲା ।

ହେଲେ ଉକ୍ତ ଶୌଚାଳୟ ରେ ସେହିଦିନଠାରୁ ତାଲା ଝୁଲୁଚି ,ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ଭକ୍ତ ମାନେ ଆସୁଥିବା ବେଳେ ପର୍ବ ପର୍ବାଣୀରେ ଲକ୍ଷାଧିକ ଭକ୍ତ ମାନଙ୍କର ସମାଗମ ହୋଇଥାଏ ।ଏଠାରେ ସାଧାରଣ ରେ ପ୍ରଶ୍ନ ଉଠୁଛି, ଉକ୍ତ ଶୌଚାଳୟ ଟି କାହାପାଇଁ ନିର୍ମାଣ କରାଯାଇଅଛି । ଦୀର୍ଘଦିନ ଧରି ବନ୍ଦ ଫଳରେ ଏଠାରେ ଗଛ ଲତା ସବୁ ଉଠି ଶୌଚାଳୟଟି ଜଙ୍ଗଲରେ ପରିପୂର୍ଣ୍ଣ ହେବା ସହିତ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣ ରେ ଦାବି ହେଉଛି ।

new life
You might also like
error: Content is protected !!