News
lipub
samparksetu

ଖଟିଆରେ ବୁହାହୋଇ ନାଳ ପାର ହେଲେ ରୋଗୀ !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ଗାଁ କୁ ଯିବାକୁ ହେଲେ ଏକ ନାଳଟିଏ ପଡ଼ିଥାଏ । ସେହି ନାଳ ଦେଇ ପ୍ରତେକ ଦିନ ଲୋକ ମାନେ ବ୍ଲକ କିମ୍ବା ପଞ୍ଚାୟତ ଅଫିସ କୁ ଯାଇଥାନ୍ତି। ଗୋବରୀ ଗାଁ ଠାରୁ ବାମ ଉଚ୍ଚ ବିଦ୍ୟାଳୟ ପ୍ରାୟ ୩ କିଲୋମିଟର ହୋଇଥାଏ। ବ୍ଲକ,ପଞ୍ଚାୟତ,ବିଦ୍ୟାଳୟକୁ ଯିବାକୁ ହେଲେ ପ୍ରଥମେ ଗୋବରୀ ଗାଁ ର ଏକ ନାଳ ଦେଇ ଯିବାକୁ ପଡ଼େ ଏବଂ ରୋଗୀ ମାନେ ମେଡିକାଲ କି ଯିବାକୁ ହେଲେ ଖଟିଆରେ ବୁହା ହୋଇ ନେବାକୁ ହୋଇଥାଏ।

ଗୋବରୀ ଗାଁ ର ମମତା ମହାନ୍ତ ସ୍ଵାମୀ ତୀର୍ଥ ମହାନ୍ତ ଙ୍କ ସ୍ତ୍ରୀ ଙ୍କ ଦେହ ହଠାତ ଅସୁସ୍ଥ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ କୁ ନେବାପାଇଁ ବ୍ୟବସ୍ଥା କରିଥିଲେ।ଲଗାଣ ବର୍ଷା ଯୋଗୁଁ ଗୋବରୀ ନାଳ ରେ ପ୍ରବଳ ପାଣି ଆସିବାରୁ ୧୦୮ ଆମ୍ବୁଲାନ୍ସ ଟି ଗୋବରୀ ଗାଁ କୁ ଆସିପାରିଲା ନାହିଁ। ଯାହା ଫଳରେ ରୋଗୀ ଟିକୁ ଖଟିଆ ରେ ବୁହା ହୋଇ ନାଳ ଏପଟକୁ ଆଣି ଆମ୍ବୁଲାନ୍ସ ପାଖରେ ପହଂଚାଇଥିଲେ।

ଆମ୍ବୁଲାନ୍ସ ପାଖରେ ପହଂଚି ରୋଗୀଟିକୁ କାମାକ୍ଷାନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏଠି ଏକ ବଡ଼ ପ୍ରଶ୍ନ ଉଠିଛି ଯେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଙ୍କୁ ବାରମ୍ବାର କହିଥିଲେ ମଧ୍ୟ କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଇଲେକ୍ସନ ସମୟରେ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବାର ଲୋକେ କହିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ ସ୍ଥାୟୀ ପୋଲ ଟିଏ। ଗୋବରୀ ଗାଁ କୁ ଯିବାପାଇଁ ଯେଉଁ ନାଳ ଅଛି ସେଇ ନାଳ ଉପରେ ଏକ ସ୍ଥାୟୀ ପୋଲ ଟିଏ କରିବାକୁ ଏବେ ସାଧାରଣରେ ଦାବି ହୋଇଛି।

new life
You might also like
error: Content is protected !!