News
lipub
samparksetu

ରାଜପଥ କଡ଼ରେ ପାଲଟଣା ଝୁମ୍ପୁଡି ଘରେ ବିତୁଛି ଜୀଵନ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମୁକ୍ତାପଶି ପଞ୍ଚାୟତର ସିଆରୀମାଳିଆ ଗ୍ରାମ ପାଖ ଜାତୀୟ ରାଜପଥ କଡ଼ରେ ପାଲଟଣା ଝୁମ୍ପୁଡି ଘରେ ରହୁଥିବା ରମେଶ ମାରାଣ୍ଡି ଙ୍କ ୧୩ ବର୍ଷୀୟ ପୁଅ ମୁନା ମାରାଣ୍ଡି । ମୁନା ଯେଏକି ଜନ୍ମରୁ ଜଣେ ସମ୍ପୂର୍ଣ୍ଣ ଭାବରେ ଭିନ୍ନକ୍ଷମ ଅଟନ୍ତି । ଯେଉଁ ବୟସରେ ଖେଳି ବୁଲି ପାଠ ପଢିବା କଥା ସେ ବୟସରେ ଶଯ୍ୟାଶାୟୀ ହୋଇ ବିଛଣାରେ ପଡ଼ିରହିଛନ୍ତି ।

ନା କିଛି କହି ପାରୁଛି ନା କିଛି ଶୁଣି ପାରୁଛି । ସଂପୂର୍ଣ୍ଣ ଭାବେ ପରିବାର ଙ୍କ ସାହାରାରେ ଜୀବନ ବିତୁଛି । ବାପାଙ୍କ ରୋଜଗାର କହିଲେ ଦିନ ମୂଲିଆ । ନା ଅଛି ଭଲ ଘର , ନା ମିଳୁଛି ସରକାରୀ ଯୋଜନା । ଚାଳ ଛପର ଘର ଭିତରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଏ । ସରକାରୀ ଯୋଜନା ରୁ ବହୁ ଦୂରରେ ରମେଶ ଙ୍କ ପରିବାର ।

କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଥିବାବେଳେ କିଛି ଅସାଧୁ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଚିତ୍ ହିତାଧିକାରୀ ଚୟନ ପ୍ରକିୟା ରୁ ବାଦ୍ ପଡୁଥିବାର ବହୁବାର ଦେଖିବାକୁ ମିଳିଛି ।

ନା ମିଳୁଛି ପୁଅକୁ ଭିନ୍ନକ୍ଷମ ଭତ୍ତା ନା ଆବାସ ଗୃହ ନା ମିଳୁଛି ରାସନ୍ କାର୍ଡ ଚାଉଳ । ସଂପୂର୍ଣ୍ଣ ପରିବାର ସରକାରୀ ଯୋଜନା ରୁ ବଞ୍ଚିତ , ହେଲେବି କଷ୍ଟ ମଷ୍ଟର ପରିବାର ଚଳିଯାଏ । ସରକାର ସମସ୍ତ ଯୋଜନାରେ ସାମିଲ କରନ୍ତୁ ବୋଲି ପରିବାର ଲୋକେ ନିବେଦନ କରିଥିବାବେଳେ ସରକାରୀ ଯୋଜନା ଯୋଗାଇ ଦେବାକୁ ପଡୋଶୀ ମଧ୍ୟ ଦାବି କରିଛନ୍ତି । ଏନେଇ ମୁକ୍ତାପଶି ସରପଞ୍ଚ କହିଛନ୍ତି କି ଯଥା ଶୀଘ୍ର ସରକାରୀ ଯୋଜନା ଯୋଗାଇ ଦିଆଯିବ । ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଏଥିପ୍ରତି ଦୃଷ୍ଟି ପଡୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!