News
lipub
samparksetu

ପାଣି ପାଇଁ ହଟହଟା ଗ୍ରାମବାସୀ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ପଞ୍ଚାୟତ ଚଟକା ପଶି ଗ୍ରାମରେ ପାଣିର ସମସ୍ୟା ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହୋଇଗଲା ଗାଁ କୁ ଏକ ସୋଲାର ପମ୍ପ ପାଣି ଆସିବା ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ପାଣି ଆସିବା ବଦଳରେ ଲୋକଙ୍କୁ ଖାଲି ପାଣି ଟ୍ୟାପ୍ ଲଗାଇ ଠକି ଦେଇଥିବା ଏବେ ଅଭିଯୋଗ ହେଉଛି।ଅନ୍ୟପଟେ ଗାଁରେ ଏକ ନଳକୂପ ରହିଛି ,ଯାହାକି ସ୍ୱଚ୍ଛ ପାଣି ଯୋଗାଇ ପାରୁନାହିଁ ।

ଘରେ ଚଳିବାକୁ ହେଲେ ପ୍ରଥମେ ପାଣିର ଆବଶ୍ୟକତା ରହିଥାଏ। ଯଦି ଘରେ ପାଣି ନାହିଁ ତେବେ ମଣିଷ ଚଳିବା ପକ୍ଷେ ଅସମ୍ଭବ। ଏହି ଗ୍ରାମର ଲୋକ ମାନେ ପାଣି ଆଣିବାକୁ ହେଲେ ନାଳ,ପୋଖରୀ ରୁ ପାଣି ଆଣି ପ୍ରତେକ ଦିନ ଘରେ ଋଷେଇ କରିବା ସହିତ ପାଣିକୁ ବ୍ୟବହାର କରିଥାନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ଯୋଜନା ପ୍ରଣୟନ କରୁଥିବା ବେଳେ ସମସ୍ତ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଲୋକେ।

ଗାଁରେ ପାଣି ନଥିବା ରୁ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ବ୍ଲକ ପ୍ରଶାସନ ଅଧିକାରୀ ଙ୍କୁ ଅବଗତ କରିଲେ ମଧ୍ୟ , ଅଧିକାରୀ ମାନେ କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି।

new life
You might also like
error: Content is protected !!