News
lipub
samparksetu

କାମ ଦେଲାନି କୋଟି କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ,ସମାସ୍ୟା ଘେରରେ ଶତାଧିକ ଜନଜାତି ପରିବାର

ଲୋକମାନଙ୍କ ସୁବିଧା ପାଇଁ ରହିଛି ସରକାର ଙ୍କ ମାଳ ମାଳ ଯୋଜନା ହେଲେ ,ଯୋଜନା କେତେବେଳେ ଲୋକଙ୍କ ପାଖରେ ପହଞ୍ଚେ ତ କେତେବେଳେ ପ୍ରକୃତ ଉଦ୍ଦେଶ୍ୟ ଠାରୁ ବହୁତ ଦୂରରେ ହେଲେ ଦେଖିବାକୁ କେହି ନାହିଁ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମଠତେନ୍ତୁଳିଆ ପଞ୍ଚାୟତରେ। ପଞ୍ଚାୟତ ର ‌ଶତାଧିକ ଜନଜାତି ପରିବାର ସହ ଅନ୍ୟ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉଦେଶ୍ୟ ରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ।

ପ୍ରକଳ୍ପ ଅନୁଯାୟୀ ସୁଉଚ୍ଚ ପାଣି ଟାଙ୍କି, ପମ୍ପଘର, ବିଦ୍ୟୁତ କରଣ ,ଜଳ ଯୋଗାଣ ନିମନ୍ତେ କିଛି ପାଇପ ବିଛା ଯିବା ସହ ଦୁଇ ଦୁଇଟି ଗଭିର କୂପ ଖୋଲାଗଲା ଏତେ ସବୁ ଦେଖି ସ୍ଥାନୀୟ ଗ୍ରାମବାସୀ ଦିନେ ଖୁସି ହେଉଥିଲେ ପାଇପ ମାଧ୍ୟମରେ ହାତ ପାହାନ୍ତାରେ ମିଳିବ ପାନୀୟ ଜଳ। ପାଣି ମଧ୍ୟ ଆସିଲା, ଲୋକମାନଙ୍କ ଉଦ୍ଦେଶ୍ୟରେ ୧୯ ସେପ୍ଟେମ୍ବର ୨୦୧୮ ମସିହାରେ ଲୋକାର୍ପଣ କରାଗଲା । ହେଲେ ସେହି ଦିନଠାରୁ ହିଁ ଉକ୍ତ ପ୍ରକଳ୍ପ କୋମା କୁ ଚାଲିଗଲା, ଯେ ଆଉ ଫେରିଲା ନାହିଁ।

ପ୍ରଶାସନ ର ଉଦାସୀନ ରେ ବଳି ପଡିଗଲେ ନିରିହ ଗ୍ରାମବାସୀ ବଦଳିଲେ ଜନ ପ୍ରତିନିଧି ହେଲେ ବଦଳିଲାନି ପାନୀୟ ଜଳ ସମସ୍ୟା। ବର୍ଷା ଦିନରେ ମଧ୍ୟ ପାଣି ପାଇଁ ଡହଳ ବିକଳ ହେଲେ ଅପେକ୍ଷା ର ଅନ୍ତନାହିଁ ଆଉ ଆଜି ବି ଭରସା ରଖିଛନ୍ତି ସରପଞ୍ଚ ଙ୍କ ଉପରେ। ଏ ସଂପର୍କରେ ବ୍ୟବସ୍ଥା କୁ ବିରକ୍ତି ପ୍ରକାଶ ପୂର୍ଵକ ସରପଞ୍ଚ ମାନ ମହାନ୍ତି କହନ୍ତି ମୁଁ ଜଣେ ସ୍ୱାଧୀନ ସରପଞ୍ଚ ମାତ୍ର, ହେଲେ ସମାସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି।

new life
You might also like
error: Content is protected !!