News
lipub
samparksetu

କ୍ରସର ବନ୍ଦ ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କଷ୍ଟୀପାଳ ଏବଂ ବେଗା ପଞ୍ଚାୟତ ଶ୍ରୀ ମନ୍ତପରୁ ପଡା ଗ୍ରାମରେ ଚାଲିଥିବା ଜଗବନ୍ଧୁ କ୍ରସରକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡଛି ।

ଗଁଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତ ନୂଆ କଷ୍ଟିପାଳ ଏବଂ ବେଗା ପଞ୍ଚାୟତ ପଡା ଗ୍ରାମ ନିକଟରେ ଜଗବନ୍ଧୁ ନାମକ ଏକ ଘରୋଇ ସଂସ୍ଥା ସରକାରୀ ଅଧିକାରୀଙ୍କୁ ହାତବାରିସୀ କରି ଏକ କ୍ରସର ଚଳାଇଛି । କ୍ରସର ନିକଟରୁ ଶ୍ରୀମନ୍ତପରୁ ଜନଜାତି ବସ୍ତିର ଦୂରତା ମାତ୍ର ୧ଶହ ମିଟର ହୋଇଥିବା ବେଳେ କଷ୍ଟୀପାଳ ଶବର ବସ୍ତି ମାତ୍ର ୧୫୦ମିଟର ଦୂରତାରେ ରହିଛି ।

ସେଠାରୁ ମାତ୍ର ୨ଶହ ମିଟର ଦୂରତାରେ କଷ୍ଟିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବେଲମାଳିଆ ପୋଖରୀ ରହିଛି । କ୍ରସର ନିକଟରୁ ମାତ୍ର ୧୦ ମିଟର ଦୂରତାରେ ସରକାରଙ୍କ ତରଫରୁ ଭୂମିହୀନ ମାନଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯାଇଛି ।

କ୍ରସରଟି ଦିନରାତି ଚାଲୁଥିବାରୁ ଗୁଣ୍ଡ ଉଠି ଘର ଦ୍ୱାର ହେବା ସହିତ ଖାଦ୍ୟ,ପାଣିରେ ପଡୁଛି । କ୍ରସର ମଧ୍ୟରେ ଗେଲ ଇଣ୍ଡିଆର ପାଇପ ଲାଇନ ମଧ୍ୟ ଯାଇଛି ।ଏହାର କିଛି ଦୂରତାରେ ବିସ୍ଫୋରଣ କରାଯାଉଥିବାରୁ ଜନଜୀବନ ପ୍ରତି ବିପଦ ରହିଛି । ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେବା ସହିତ ତୁରନ୍ତ ଖଣି ,ଖାଦାନ ଏବଂ କ୍ରସର ବନ୍ଦ ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ଏହାକୁ ନେଇ ରାଜ୍ୟ କୃଷକ ମୋର୍ଚ୍ଚାର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ରଙ୍କ କହିବା ଅନୁସାରେ ଗରିବ ଆଦିବାସୀ ପରିବାରଙ୍କ ଜମି ଉପରେ ବେଆଇନ ଭାବରେ ଗଢିଉଠିଥିବା କ୍ରସରକୁ ତୁରନ୍ତ ବନ୍ଦ କରାଯାଉ ।

new life
You might also like
error: Content is protected !!