News
lipub
samparksetu

ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଅସୁସ୍ଥ

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଜରଡା ପଞ୍ଚାୟତ ବାଲିକିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଗୁରୁତ୍ତର ଅବସ୍ଥାରେ ଅସୁସ୍ଥ ହୋଇ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା । ଦୁଇ ଛାତ୍ରୀ ହେଲେ ଅଷ୍ଟମ ଶ୍ରେଣୀର ଶ୍ରାବଣୀ ବେହେରା , ପଞ୍ଚମ ଶ୍ରେଣୀର ସିପ୍ରା ସାହୁ ।

ତାଙ୍କୁ ଅସୁସ୍ଥ ଅବସ୍ଥାରେ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ସର ଓ ସହକାରୀ ଶିକ୍ଷୟତ୍ରୀଙ୍କ ସହ ପରିବାର କର୍ତ୍ତୃପକ୍ଷ ରାସୋଳ ମେଡ଼ିକାଲକୁ ଗୁରୁତ୍ତର ଅବସ୍ଥାରେ ନେଇଥିବା ସମୟରେ ରlସୋଳ ମେଡ଼ିକାଲ ଦିନ ଦ୍ୱିପ୍ରହରରେ ବନ୍ଦ ଥିବା ଘଟଣାକୁ ନିନ୍ଦା କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ସେଠାରୁ ଗୁରୁତ୍ତର ଅବସ୍ଥାରେ ଦୁଇ ଛାତ୍ରୀଙ୍କୁ ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରାଯାଇ ଥିଲା।

ଦୁଃଖର ବିଷୟ ହିନ୍ଦୋଳ ମେଡିକାଲରେ ମଧ୍ୟ ଡାକ୍ତର ଓ ମେଡିକାଲ କର୍ମଚାରୀ ଙ୍କ ଅଭାବ ଯୋଗୁଁ ଶିକ୍ଷୟିତ୍ରୀ ଓ ପରିବାର କର୍ତ୍ତୃପକ୍ଷ ନିଜେ ପଟାସିୟମ ପାଣି ମେଡ଼ିକାଲ ରେ ଛାତ୍ରୀଙ୍କୁ ପିଆଇଥିଲେ।

ଏଠି ପ୍ରଶ୍ନ ଉଠୁଛି ମଧ୍ୟାହ୍ନ ଭୋଜନ ପାଇଁ ସାମଗ୍ରୀ କିଏ ଯୋଗାଉଛି ଓ କେଉଁ କାରଣରୁ ଛାତ୍ରୀ ଅସୁସ୍ଥ ହେଲେ। ରହିଯାଇଥିବା ସାମଗ୍ରୀ କୁ ବ୍ୟବହାର କରି ମାଲା ମାଲ ହେଉଛନ୍ତି କି ଶିକ୍ଷକ ଶିକ୍ଷୟିତ୍ରୀ । ଆଗାମୀ ଦିନରେ ଖାଦ୍ୟ ପରଖିବା ସହ ଉଚ୍ଚ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ଙ୍କୁ ଅଞ୍ଚଳ ବାସୀ ଅନୁରୋଧ କରୁଛନ୍ତି। ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପରେ ଯୋଜନା କରି ବାହା ବାହା ନେଉଥିବା ବେଳେ ଏଥି ଛାତ୍ର ଛାତ୍ରୀଙ୍କ ଉପରେ କାହାର ନଜର ପଡୁ ନାହିଁ।

new life
You might also like
error: Content is protected !!