News
lipub
samparksetu

ବିନା ସୂଚନା ଫଳକରେ ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମର ମହାପାଟ ଠାକୁରାଣୀ ପୀଠରେ ପାଚେରୀ କାମ ଚାଲୁ ଥିବା ବେଳେ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ। କାମ ଆରମ୍ଭରୁ ଶେଷ ହେବାକୁ ହେଲାଣି ପଛେ ଏପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ସୂଚନା ଫଳକ।

ଏଠି ଯାହାକି ଅନୁମାନ କରାଯାଉଛି କି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସଲା ସୁତୁରା। ଏ ନେଇ ଆମେ ଯୋଗା ଯୋଗ କରିଥିଲୁ ବିଭାଗୀୟ ଯନ୍ତ୍ରୀ ନରହରି ବେହେରା ଓ ତିନି ନମ୍ବର ଜୋନର ଜିଲ୍ଲାପରିଷଦ ରବିନାରାଣ ପ୍ରଧାନଙ୍କୁ। ବିଭାଗୀୟ ଯନ୍ତ୍ରୀ କହିଥିଲେ କି କାମ ସରିଲା ପରେ ସୂଚନା ଫଳକ ଲାଗିବ, ସେ ବିଷୟରେ ବିଶେଷ କିଛି ଜଣା ନାହିଁ। ଜିଲ୍ଲା ପରିଷଦ ମଧ୍ୟ କହିଥିଲେ କାମ ତ ସରି ନାହିଁ କାମ ସରିବା ପରେ ସୂଚନା ଫଳକ ଲାଗିବ।

ଯଦି ଏଭଳି ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ ତାହାଲେ ବିଭାଗୀୟ ଯନ୍ତ୍ରୀ କରୁଥିଲେ କଣ। ସୂଚନା ମୁତାବକ ଜିଲ୍ଲା ପରିଷଦ ପାଣ୍ଠିରୁ ଆସିଥିବା 4,83,000/- ଟଙ୍କାକୁ ଲଗା ଯାଇଛି ମହାପାଟ ଠାକୁରାଣୀଙ୍କ ପାଚେରୀ କାମରେ। କିନ୍ତୁ ସଫା ସଫା ମନା କରୁଛନ୍ତି କି ଜିଲ୍ଲା ପରିଷଦ କେତେ ଟଙ୍କା ଆସିଛି ମୁଁ ଜାଣି ନାହିଁ। ଯଦି ନିଜ ପାଣ୍ଠିରୁ ଆସିଥିବା ଟଙ୍କା ଜିଲ୍ଲା ପରିଷଦ ଜାଣି ପାରୁ ନାହାଁନ୍ତି ତାହାଲେ ଜନ ସାଧାରଣ ଜାଣିବେ କଣ।

ଏଠି ବିନା ସୂଚନା ଫଳକରେ କାମ କରିବା ନାରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରାଯାଉଛି ନା ନିମ୍ନ ମାନର କାର୍ଯ୍ୟ କରି ପଛରେ ସୂଚନା ଫଳକ ଲଗାଇ ଟଙ୍କା ହଡ଼ପ କରାଯାଉଛି ତାହା ସାଧାରଣରେ ଚର୍ଚ୍ଚା ।

new life
You might also like
error: Content is protected !!