News
lipub
samparksetu

ଡିକି ଭାଙ୍ଗି ଲୁଟ

ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାର ସ୍ଥିତ ଏସବିଆଇ ଏଟିଏମ୍ ସମ୍ମୁଖରୁ ସ୍କୁଟର ଡିକି ଖୋଲି ଦୁର୍ବୃତ୍ତ ୧ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ମୋଟଙ୍ଗା ଗାଁର ଜ୍ଞାନେନ୍ଦ୍ର ସାହୁ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ନିମବାହାଳି ସ୍ଥିତ ଏସବିଆଇ ଶାଖାରୁ ୧ଲକ୍ଷ ୩୦ହଜାର ଟଙ୍କା ଉଠାଇ ସ୍କୁଟର ଡିକିରେ ରଖି ନିମବାହାଳି ବଜାର ରେ ଥିବା ଏସବିଆଇ ଏଟିଏମ କୁ ଆସିଥିଲେ ।ସେଠାରୁ ୯ହଜାର ୫ସହ ଟଙ୍କା ଉଠାଇଥିଲେ ।

ଏଟିଏମ ସମ୍ମୁଖରେ ଗାଡି ରଖିଥିବା ବେଳେ କେହି ଗାଡିରୁ ଟଙ୍କା ଲୁଟିଥିବାର ସେ ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଘଟଣାର ଯାଞ୍ଚ କରୁଛି ।

new life
You might also like
error: Content is protected !!