News
lipub
samparksetu

ଝୋଟ ମିଲରେ କାର୍ଯ୍ୟରତ ଶ୍ରମିକଙ୍କ କଟିଲା ଆଙ୍ଗୁଳି

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ସ୍ଥାନୀୟ ଷ୍ଟେସନ ବଜାର ଠାରେ ଥିବା କଳିଙ୍ଗ ଝୋଟ ମିଲରେ ଆଜି ଜଣେ ଶ୍ରମିକଙ୍କ ଆଙ୍ଗୁଳି କଟିଯାଇଛି ।ତାଙ୍କର ଡାହାଣ ହାତର ତିନିଟି ଆଙ୍ଗୁଳି କଟିଯାଇଥିବାର ସୂଚନା ରହିଛି ।ଶ୍ରମିକ ଜଣଙ୍କ ହେଲେ ବିହାରର କୁନ୍ଦନ କୁମାର(୧୯) ।

ସୂଚନା ଅନୁଯାୟୀ ଆଜି ସେ କଟିଂ ମେସିନରେ କାମ କରୁଥିବା ବେଳେ ଏପରି ଅଘଟଣ ଘଟିଥିଲା। ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ତାଙ୍କର ଚିକିତ୍ସା କରାଯାଇଥିବା ଜଣାଯାଇଛି । ତେବେ ଏହି ମିଲରେ ଆଗରୁ ଏଭଳି ଏନେକ ଘଟଣା ନଜିର ଥିବା ବେଳେ ଶ୍ରମିକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାମ କଲାବେଳେ କୌଣସି ସୁରକ୍ଷା ଉପକରଣ ଦିଆଯାଉନଥିବା ଦେଖାଯାଇଛି । ସୁରକ୍ଷା ଉପକରଣ ବିନା ଶ୍ରମିକଙ୍କୁ ବିଭିନ୍ନ ବିପଦଜନକ କାର୍ଯ୍ୟରେ ଲଗାଯାଇ ମରଣ ମୁହଁକୁ ଠେଲି ଦିଆଯାଉଥିବା ଅଭିଯୋଗ ହୋଇଛି । 

new life
You might also like
error: Content is protected !!