News
lipub
samparksetu

ଡ୍ରାଇଭର ସଂଘ ପକ୍ଷରୁ ଧର୍ମଘଟ ,ଅଖ ଚକ ବନ୍ଦ ଡାକରା

ଦିନରାତି ବିଭିନ୍ନ ପ୍ରକାର ଗାଡି ଚାଳନା କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିବା ଗାଡି ଚାଳକ ମାନଙ୍କର ବିଭିନ୍ନ ପ୍ରକାରସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସଫଳତା ଏମାନଙ୍କୁ ମିଳି ନାହିଁ l

ଯାହାକୁ ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚଳିତ ମାସ୧୫ତାରିଖ ଠାରୁ ସମଗ୍ର ରାଜ୍ୟରେ ଡ୍ରାଇଭର ଧର୍ମଘଟ ଓ ଅଖ ବନ୍ଦ ଡାକରା ,ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିଆଯାଇଛି l ଗଁଦିଆ ବ୍ଲକରେ ବ୍ଲକ ସଂଘ ପକ୍ଷରୁ ସଭାପତି ଗୌରାଙ୍ଗ ଚରଣ ମଲିକ ସମ୍ପାଦକ ପ୍ରମୋଦ କୁମାର ସାହୁ ଓ ସହ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ଙ୍କର ମିଳିତ ନେତୃତ୍ୱରେ ଆଜି ଡ୍ରାଇଭର ମାନେ ସ୍ଥାନୀୟ ତହସିଲଦାର ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଗଁଦିଆ ଓକିଲ ସଂଘ ଓ ଗଁଦିଆ ପ୍ରେସ କ୍ଲବ କୁ ଲିଖିତ ଭାବେ ତାଙ୍କର ଦାବି ସମ୍ପର୍କରେ ଅବଗତ କରାଇଛନ୍ତି l

new life
You might also like
error: Content is protected !!