News
lipub
samparksetu

ଯୋରନ୍ଦା ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା ସମିତି ଗଠିତ

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଣ୍ଡ ଅନ୍ତର୍ଗତ ଯୋରନ୍ଦା ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ବିକାଶ ସମିତି ଓଡିଶା ତତ୍ୱାବଧାନରେ ନୂତନ ଶିକ୍ଷା ପରିଚାଳନା ସମିତି ଗଠନ ହୋଇଯାଇଛି ।

ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ମଧ୍ୟ ସମ୍ଭାଗ ସମ୍ପାଦକ ସନ୍ତୋଷ କୁମାର ପୃଷ୍ଟି, ଢେଙ୍କାନାଳ ସଙ୍କୁଳ ପ୍ରମୁଖ ବିଶ୍ୱନାଥ ବେହେରା, ସହ ଜିଲା ପ୍ରମୁଖ ମନମୋହନ ତ୍ରିପାଠୀ, ଢେଙ୍କାନାଳ ବିଭାଗ ନିରୀକ୍ଷକ ସୁଶାନ୍ତ ପାଣିଗ୍ରାହୀ ଉପସ୍ଥିତ ରହି ନୂତନ ପରିଚାଳନା ସମିତି ଗଠନ କରାଯାଇଛି ଏଥିରେ ସଭାପତି ଭାବରେ ଦିଗନ୍ତ କୁମାର ଶତପଥି, ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ଉପସଭାପତି ନିର୍ମଳ ଚନ୍ଦ୍ର ରାଉତ, ଯୁଗ୍ମସମ୍ପାଦକ ଆଶୁତୋଷ ଶତପଥି, କୋଷାଧକ୍ଷ ରଞ୍ଜନ କୁମାର ନାୟକ, ସଦସ୍ୟା ସରସ୍ବତୀ ବେହେରା, ସଦସ୍ୟା ନୟନି ସାହୁ, ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ସାହୁ, ଆଚାର୍ଯ୍ୟ ପ୍ରତିନିଧି ବନ ବିହାରୀ ପରିଡା ଚୟନ କରାଯାଇଥିଲା ନୂତନ କର୍ମକର୍ତ୍ତା କେମିତି ଛାତ୍ର ଛାତ୍ରୀ ଏବଂ ଶିଶୁ ବିଦ୍ୟାମନ୍ଦିର ଉର୍ନତି ହେବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!