News
lipub
samparksetu

ଖେଳିବା ପଢିବା ବୟସରେ ଜୀବନ ଜିଇବା ପାଇଁ ଟିକିର ସଙ୍ଘର୍ଷ

ଶୈଶବ ଅବସ୍ଥାରେ ଦଇବର ଦାରୁଣ ଦୁଃଖ।ଜୀବନ ଜିଇବା ପାଇଁ କରିବାକୁ ପଡୁଛି ସଙ୍ଘର୍ଷ।ବହି ଖାତ ଧରି ସ୍କୁଲ ବେଞ୍ଚରେ ବସୀ ପାଠ ପଢିବା ବଦଳରେ ଦିନ ରାତି ବିଛଣା ରେ କଟୁଛି ଜୀବନ।ଟଙ୍କା ନଥିବାରୁ ଚିକିତ୍ସାରେ ଅର୍ଥକ ସାଜିଛି ବାଧକ। ଏ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନେଶୀ ୨ ନମ୍ବର ୱାର୍ଡ ନୂଆ କୁମରଦ ଗ୍ରାମର ମଦନ ଦେହୁରୀ ଓ ଗୋଲାପ ଦେହୁରୀଙ୍କ ପୁତ୍ର ଟିକି ଦେହୁରୀ।ଟିକି ଜନ୍ମ ହେବାର କିଛିଦିନ ପରେ ତାଙ୍କ ଦୁଇଟି ଯାକ ଆଖିରେ କିଛି ଅସୁବିଧା ଦେଖିବାକୁ ମିଳିଥିଲା। ଟିକି ଙ୍କ ବାପା ମା ତାଙ୍କୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ,ମାତ୍ର ଆଖି ଆଉ ଭଲ ହୋଇପାରିନଥିଲା।ସମୟ କ୍ରମେ ଧୀରେ ଧୀରେ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ମଧ୍ୟ ଅଚଳ ହୋଇପଡ଼ିଲା। ଟିକି ନା ଆଉ ଶୁଣି ପାରୁଛନ୍ତି,ନା କିଛି କହି ପାରୁଛନ୍ତି,ନା ଚାଲି ପାରୁଛନ୍ତି।ସେମିତି ଖଟିଆ ଉପରେ ବିଛଣାରେ ପଡ଼ି ପଡ଼ି ଜୀବନ ଯାଉଛି।

ମଦନ ଜଣେ ଦିନ ମଜୁରୀଆ ହୋଇଥିବାରୁ ପୁଅକୁ ଅଧିକ ଚିକିତ୍ସା କରିବା ପାଇଁ ଟଙ୍କା ନାହିଁ।ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ପଡୁଛି।ମଦନ ଓ ଗୋଲାପଙ୍କର ଏକ ମାତ୍ର ପୁଅ ହୋଇଥିବାରୁ ପୁଅ ମୁହଁକୁ ଚାହିଁ ଚାହିଁ ଏବେ ସମୟ ଟିକକ କଟୁଛି।ଯଦି ସରକାର କିଛି ସାହାଯ୍ୟ ସହଯୋଗ କରନ୍ତେ ତେବେ ପୁଅ ର ଅଧିକ ଚିକିତ୍ସା କରାଇପାରାନ୍ତେ ବୋଲି ଟିକି ଙ୍କ ବାପା ମଦନ କହିଛନ୍ତି ।

new life
You might also like
error: Content is protected !!