News
lipub
samparksetu

ପାଣି ପାଇଁ ଗରା ବାଲଟି ଧରି ରାସ୍ତାରେ ବସିଲେ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଶାନ୍ତି ନଗର ସାହି ବାସିନ୍ଦା ପାଣି ପାଇଁ କଲେ ରାସ୍ତା ଅବରୋଧ । ଭାଲୁମୁଣ୍ଡା – ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ଶାନ୍ତି ନଗର ସାହି ନିକଟରେ ଶହ ଶହ ମହିଳାମାନେ ଗରା ବାଲଟି ଧରି ରାସ୍ତା ଅବରୋଧ କରିଥିଲେ ।

ସୂଚନା ଥାଉକି ,ଉକ୍ତ ସାହି କି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଏକ ମାତ୍ର ନଳକୂଅରୁ ବାହାରୁଥିବା ପାଣି ୫୦୦ ଲୋକଙ୍କ ପାଇଁ ଉପଯୋଗୀ ହେଉନାହିଁ । ପ୍ରାୟ ତିନି କିଲୋମିଟର ଦୂର ନାଳରୁ ମହିଳାମାନେ ପାଣି ଆଣୁଥିବା ଜଣାପଡ଼ିଛି। ଅସ୍ଥାୟୀ ଭାବେ ଉକ୍ତ ସାହିକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ସରପଞ୍ଚ ଶ୍ରୀମତୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି।ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ଦାସ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପୁଲିସ ଉପସ୍ଥିତରେ ବୁଝାସୁଝା କଲାପରେ ରାସ୍ତା ରୋକ ହଟିଥିଲା ।

new life
You might also like
error: Content is protected !!