News
lipub
samparksetu

ପତ୍ନୀଙ୍କୁ ମାରି ଜାଳିଦେଲା ସ୍ୱାମୀ !

ପତ୍ନୀଙ୍କୁ ମାରି ଜାଳିଦେଲା ସ୍ୱାମୀ , ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କେରଜୁଳି ପଞ୍ଚାୟତର ବାଲିସାହି ଗାଁରେ ଦେଖିବାକୁ ମିଳିଛି।ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ନିରଞ୍ଜନ ଦାସ (୫୮) ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଜାଳି‌ ଦେଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି।

ପୁଅ ବିକାଶ ଦାସ ଙ୍କ ଅଭିଯୋଗ ଅନୁଯାୟୀ , ତାଙ୍କ ମା’ ରଙ୍ଗବତୀ ଦାସ (୫୪)ଙ୍କୁ ତାଙ୍କବାପା ନିରଞ୍ଜନ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଦେଇଛନ୍ତି। ହତ୍ୟା ଅଭିଯୋଗ ପାଇବା ପରେ କାମାକ୍ଷାନଗର ଏସ୍‌ଡିପିଓ ରଂଜନ କୁମାର ଦେ, ଥାନା ଅଧିକାରିଣୀ ନିର୍ମଳା ଗୋଛାୟତ, ଏସ୍‌ଆଇ ବିଷ୍ଣୁପ୍ରିୟା ରଣା ଓ ସାଇଣ୍ଟିଫିକ୍‌ ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ନିରଞ୍ଜନଙ୍କୁ ଅଟକ ରଖି କଙ୍କଡ଼ାହାଡ଼ ଥାନା ପୁଲିସ ପଚରାଉଚରା କରାଯାଉଛି।

new life
You might also like
error: Content is protected !!