News
lipub
samparksetu

କର୍ତ୍ତବ୍ୟ ରେ ଅବହେଳା ହେତୁ ୧୩ ଅଧ୍ୟକ୍ଷ ଓ କିରାଣୀ ଙ୍କ ଦରମା ବନ୍ଦ କଲେ ଉଚ୍ଚ ଶିକ୍ଷା ବିଭାଗ

କର୍ତ୍ତବ୍ୟ ରେ ଚରମ ଅବହେଳା ପାଇଁ ଢେଙ୍କାନାଳ ଜିଲ୍ଲାର ୧୩ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ କିରାଣୀ ଙ୍କ ଦରମା ବନ୍ଦ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୨୭୬/୨୩ରେ ନିର୍ଦ୍ଦେଶ ଦିଆଯାଇଛି।

ଏହି କଲେଜ ଗୁଡିକ ମଧ୍ୟରେ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ନୂଆହାଟ ଆଞ୍ଚଳିକ ପଞ୍ଚାୟତ ଜୁନିଅର ମହାବିଦ୍ୟାଳୟ, ପରଜଙ୍ଗ କୁଆଳୋ ଅଷ୍ଟ ଶମ୍ଭୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିହାପୁର ମହାବିଦ୍ୟାଳୟ, ଭୁବନ ମହିଳା ଡିଗ୍ରୀ ଓ କନିଷ୍ଠ ମହାବିଦ୍ୟାଳୟ, ସଦର ବ୍ଲକ ଦେବେନ୍ଦ୍ର ଶତପଥୀ ମେମୋରିଆଲ ମହାବିଦ୍ୟାଳୟ, ଗେଙ୍ଗୁଟିଆ ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟ, ଶଡ଼ଙ୍ଗୀ ଶ୍ରୀଧର ସ୍ୱାମୀ ମହାବିଦ୍ୟାଳୟ,ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ, କାମାକ୍ଷାନଗର ଗଡ ପଳାଶୁଣି ଡିଗ୍ରୀ ମହାବିଦ୍ୟାଳୟ, ମହାବିରୋଡ଼ ଡିଗ୍ରୀ ମହାବିଦ୍ୟାଳୟ,କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ରହିଛନ୍ତି।କର୍ତ୍ତବ୍ୟ ରେ ଅବହେଳା ଯୋଗୁଁ ଅଧ୍ୟକ୍ଷ ଓ କିରାଣୀ ଙ୍କର ମଇ ମାସର ଦରମା ବନ୍ଦ କରିଥିବାର ଜଣାପଡିଛି।

new life
You might also like
error: Content is protected !!