News
lipub
samparksetu

ଯବାନଙ୍କ ମର ଶରୀରକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧୂର୍ବ ଚରଣ ସାମଲଙ୍କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ ଯବାନ୍ ଧୂର୍ବ ଚରଣ ସାମଲ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥ ହୋଇ ଚିକିତ୍ସା ହେବା ପାଇଁ ଘରକୁ ଆସିଥିଲେ l ତାଙ୍କର ନିଜ ବାସ ଭାବନାରେ ପରଲୋକ ହୋଇଛି।

ଯାହାକୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମର ଶରୀର କୁ ଗ୍ରାମ ପରିକ୍ରମା କରାଇବା ସହ ହଜାର ହଜାର ଜନତା ତାଙ୍କର ଶେଷ ଦର୍ଶନ କରିବା ପରେ ସଂକୀର୍ତ୍ତନ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା l ନିଜ ଗ୍ରାମ ସ୍ମଶାନ କୁ ନିଆଯାଇ ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା।

new life
You might also like
error: Content is protected !!