News
lipub
samparksetu

ନିଆଁ ପାଣି ବାଛନ୍ଦ ଅଭିଯୋଗ ନେଇ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ଢେଙ୍କାନାଳ ଜିଲ୍ଲା ବ୍ଲକ ନିହଲପ୍ରସାଦ ଥାନା ଅନ୍ତଗର୍ତ ପର୍ଵତକଣୀ ଗ୍ରାମରେ ଜମିବାଡିକୁ ନେଇ ବିବାଦ ସୃଷ୍ଟିହେବା ସହତି ପରିବାରକୁ ନିଆଁ ପାଣି ବାଛନ୍ଦ କରିବାକୁ ନେଇ ନ୍ୟାୟ ପାଇଁ ପରିବାର ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ପର୍ବତକଣୀ ଗ୍ରାମର ହରିହର ବାରୀକ ଙ୍କ ଅଭିଯୋଗ ଅନୁଯାୟୀ ଖାତା ନଂ ୯୪/୧୪ ପ୍ଲଟ ନଂ୧୭୩ ଜମି ଉପରେ ପଥର ପୋତାଯାଇ ସୀମା ଚିହ୍ନଟ ହୋଇଥିଲା । କିନ୍ତୁ ଜମିକୁ ଭାଗ କରାଇନଦେବା ପାଇଁ ପିତବାସ ବାରୀକ ଯୋଗୀନାଥ ବାରିକ ,ବିପିନି ବାରିକ ଆଦି ଏକତ୍ରୀତ ହୋଇ ହରିହରଙ୍କୁ ଚାଷ କରାଇଦେବାତ ଦୂରର କଥା ଜମିକୁ ଗଲେ ଗୋଡ ହାତ ଭାଙ୍ଗିଦେବେ ବୋଲି ଧମକ ଚମକ ଦେଉଛନ୍ତି ।

ଜମିରୁ ପଥର କାଢିଦେବା ସହିତ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ନିଆଁପାଣି ବାସନ୍ଦ କରିଛନ୍ତି । ଗ୍ରାମ ପୋଖରୀରେ ଗାଧୋଇବା,ଜମିକୁ ଯିବା ଆସିବା କରିବା ଭଳି ସମସ୍ୟା ସୃଷ୍ଟି କରିବା ସହିତ ବିଭିନ୍ନ ଉପାୟରେ ବାଛନ୍ଦ କରୁଛନ୍ତି। ଏହାକୁ ନେଇ ନ୍ୟାୟ ପାଇଁ ହରିହର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!