News
lipub
samparksetu

ଏନଏସି କ୍ୟାମ୍ପସ ରୁ ସଫେଇ କର୍ମଚାରୀ ଙ୍କ ଘର ଭାଙ୍ଗିଲା ପ୍ରଶାସନ , ହୃଦଘାତ ର ଶିକାର ହେଲେ ସଫେଇ କର୍ମଚାରୀ ଙ୍କ ପୁଅ

ଭୁବନ ଏନଏସି କ୍ୟାମ୍ପସ ମଧ୍ୟ ରେ ଘର କରି ରହିଥିବା ଜଣେ ଗରିବ ଙ୍କୁ ପ୍ରଶାସନ ପକ୍ଷରୁ ସୋମବାର ଦିନ ପୋଲିସ ଲଗାଇ ତଡି ଦିଆଯାଇଛି ।

ସୂଚନା ଅନୁଯାୟୀ , ଭୁବନ ଏନଏସି କ୍ୟାମ୍ପସ ମଧ୍ୟରେ ୧୯୭୭ ମସିହାରୁ ଚାଳ ଘର କରି ରହୁଥିବା ସଫେଇ କର୍ମଚାରୀ ପହଲି ଗୋଛାୟତ ଙ୍କ ପରିବାର ଙ୍କୁ ପ୍ରଶାସନ ପକ୍ଷରୁ ବଳ ପୂର୍ବକ ଉଠାଇ ନିଆ ଯାଇଛି ।ପୋଲିସ ପ୍ରଶାସନ ଉପସ୍ଥିତି ରେ ପଥର ହଟାଇ ପାଚେରୀ ଦିଆଯାଇଛି ।

ଏହାକୁ ବିରୋଧ କରିବାକୁ ଯାଇ ପହଲି ଙ୍କ ପୁଅ ହୃଦାନନ୍ଦ ଙ୍କୁ ପୋଲିସ ଉଠାଇନେଇଛି । ଦୀର୍ଘ ସମୟ ଗାଡି ମଧ୍ୟ ରେ ବସାଇବାରୁ ହୃଦାନନ୍ଦ ହୃଦଘାତ ର ଶିକାର ହୋଇଛନ୍ତି । ତାଙ୍କୁ ଭୁବନ ଡାକ୍ତର ଙ୍କ ପରାମର୍ଶ କ୍ରମେ କଟକ ପଠାଇ ଦିଆଯାଇଛି । ଅପର ପକ୍ଷେ ସେହି ଭଦଳିଆ ପଶି ମୌଜା ରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଜାଗା ମାଡି ବସିଛନ୍ତି ,ହେଲେ ସେମାଙ୍କୁ ପ୍ରଶାସନ ପକ୍ଷରୁ ରୁ କୌଣସି ପ୍ରକାର ନୋଟିସ ଟିଏ ବି ଜାରି କରାଯାଇ ନାହିଁ । ଗରିବଙ୍କୁ ପ୍ରଶାସନ ତଡୁଥିବା ବେଳେ ବଡ଼ବଡିଆ ଙ୍କୁ ଛାଡ଼ କରୁଛି ବୋଲି ମାନବାଧିକାର କର୍ମୀ ସଞ୍ଜୟ କୁମାର ନାୟକ କହିଛନ୍ତି ।

new life
You might also like
error: Content is protected !!