News
lipub
samparksetu

ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ,ପିଟି ପିଟି ମାରିଦେଇଥିବା ଅଭିଯୋଗ

ଢ଼େଙ୍କାନାଳ ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସଦର ଥାନା ବେଶାଳିଆ ଗ୍ରାମର ଅଥାନି ଦେହୁରୀ(୪୨) । ତାଙ୍କୁ ଗତ ରବିବାର ଦିନ ଚୋରା ମଦ ବ୍ୟବସାୟ କେଶରେ ଅବକାରୀ ବିଭାଗ ଗିରଫ କରିଥିଲା। ତାଙ୍କ ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।

ଦେହ ଅସୁସ୍ଥ ହେବାରୁ ଆଜି ଜେଲ କର୍ତ୍ୟୁପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଇଥିଲେ ।ପରିବାର ଲୋକେ ତାଙ୍କୁ ଜେଲକୁ ଭେଟିବା ପାଇଁ ଯାଇଥିବା ବେଳେ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ପାଇଥିଲେ।

ପରେ ମେଡିକାଲ ରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ।ପିଟି ପିଟି ତାଙ୍କୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଛି।

new life
You might also like
error: Content is protected !!