News
lipub
samparksetu

ଆବାସ ଯୋଜନାରୁ ବଞ୍ଚିତ ରାଉତାଣି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ଅନ୍ତର୍ଗତ ନାଉକିଆରୀ ଅଞ୍ଚଳ ୧୭ ନଂ ୱାର୍ଡ ବାସିନ୍ଦା ରାଉତାଣି ବିଶ୍ବାଳ ଙ୍କ ରହିବା ଉପଯୋଗୀ ଘର ନଥିବାରୁ ସପରିବାର ସେହି ଅଞ୍ଚଳରେ ରହୁଥିବା ନିଜ ଝିଅ ଘରେ ସ୍ଵାମୀ ସ୍ତ୍ରୀ ବର୍ଷ ବର୍ଷ ଧରି ରହି ଆସୁଛନ୍ତି ।

ତାଙ୍କ ସ୍ଵାମୀ ମୁଚିଆ ବିଶ୍ବାଳ ମୂଲମଜୁରୀ ଲାଗି ପରିବାର ଚଳାଉ ଥିବା ବେଳେ ଏକମାତ୍ର ପୁଅ ରାଜ୍ୟବାହାରେ ଏକ ସଂସ୍ଥାରେ ରହି କାମ କରୁଥିଲେ ମଧ୍ୟ ବାପା ମାଙ୍କୁ ପଚାରୁ ନଥିବା ଖୋଦ୍ ରାଉତାଣି ପ୍ରକାଶ କରିଛନ୍ତି। ସରକାରୀ ଯୋଜନାରେ ବିଜୁପକ୍କା ଘର ଖଣ୍ଡିଏ ପାଇବା ପାଇଁ ସେ ଗତ ବର୍ଷ ଆବେଦନ କରି ଆବାସ ଗୃହ ତାଲିକା ନଂ ୪୭ ରେ ତାଲିକାଭୁକ୍ତ ହୋଇଥିଲେ।କିନ୍ତୁ ରାଉତାଣିଙ୍କ ଅଭିଯୋଗ ମୁତାବକ ସରକାରୀ ସ୍ତରରେ ପ୍ରକୃତ ହିତାଧିାକାରି ଚୟନ ପାଇଁ ଯାଇ ଥିବା ବାବୁମାନେ ହେଉ କିମ୍ବା ପଂଚାୟତ ନେତା ଚଞ୍ଚକତା କରି ତାଙ୍କ ନାମକୁ ଜାଣିଶୁଣି ତାଲିକାରୁ କାଟି ଦେଇଛନ୍ତି। ବହୁ କଷ୍ଟରେ ହଇରାଣ ହରକତ ହୋଇ ଝିଅ ଘରେ ରହୁଥିବାରୁ ବାଧ୍ୟ ହୋଇ ଘର୍ ଖଣ୍ଡେ ପାଇଁ ଲିଖିତ ଭାବରେ ହିନ୍ଦୋଳ ବିଡିଓ ଓ ବ୍ଲକ ଅଧ୍ୟକ୍ଷା ଙ୍କୁ ସାକ୍ଷାତ କରି ଅଭିଯୋଗ କରି ଗୁହାରି କରିଛନ୍ତି।

ବିଡିଓ ଓ ବ୍ଲକ ଅଧ୍ୟକ୍ଷ୍ୟା ତାଙ୍କ ଅଭିଯୋଗ ଗ୍ରହଣ କରି ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ରାଉତାଣି କହିଛନ୍ତି । ଦେଖିବାକୁ ବାକି ରହିଲା ବହୁ ଆଶା ଭରସା ନେଇ ଘରକୁ ଫେରିଥିବା ରାଉତାଣି ଙ୍କୁ କେବେ ଆବାସ ଯୋଜନାରେ ଘର ମିଳୁଛି ଏବଂ ବ୍ଲକ ପ୍ରଶାସନ କେତେ ଦିନରେ ପଦକ୍ଷେପ ନେଇ ରାଉତାଣି ଙ୍କୁ ନ୍ୟାୟ ଦେଉଛନ୍ତି ।

new life
You might also like
error: Content is protected !!