News
lipub
samparksetu

ପଶାସିଂ ଗାଁ’ରେ ପାନୀୟଜଳ ସାତସପନ

ଆଧୁନିକ ଯୁଗରେ ପାନୀୟଜଳ ପାଇଁ ଗାତ ଓ ଚୁଆ ପାଣି ଉପରେ ନିର୍ଭରଶିଳ ପଶାସିଂ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଦୁଖଃଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡାପଡ଼ା ବ୍ଲକ ସଦାଶିବପୁର ପଂଚାୟତ ପଶାସିଂ ଗ୍ରାମରେ। ଗ୍ରାମରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ନଥିବାସହ କୂଅ କିମ୍ବା ନଳକୂପ ନଥିବାରୁ ନିକଟରେ ଥିବା ନାଳରୁ, ଶୁଖିଲା ପୋଖରୀ, ବିଲମାଳରୁ ଚୁଆ(ଗାତ) ଖୋଳି ଗ୍ରାମର ମହିଳାମାନେ ପ୍ରତିଦିନ ପିଇବା ପାଣି ଆଣୁଥିବାର ହୃଦୟ ବିଦାରକ ଦୃଶ୍ୟ ଛାତି ବାଡେଇ ପ୍ରକାଶ କରୁଛି ଆଜିବି ଏହି ଅଞ୍ଚଳ ବିକାଶଠାରୁ ଅନେକ ଦୂରରେ। ଗ୍ରାମର ମହିଳାମାନେ କ୍ଷୋଭର ସହ କୁହନ୍ତି ନିର୍ବାଚନ ଆସିଲେ ଅନେକ ମିଥ୍ୟା ପ୍ରତିଶୃତିରେ ପୋତିପକାନ୍ତି ନେତା,ରାଜନୈତିକ ଦଳମାନେ ମାତ୍ର ନିର୍ବାଚନ ଜିତିସାରିବା ପରେ ୫ବର୍ଷ ଯାଏ ପାଦ ପଡ଼େନି ତଳୁଉପର ଯାଏ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କର, ପୂରଣ ହୁଏନି ପାନୀୟଜଳ ସମସ୍ୟାର ସମାଧାନ।ସେହିପରି ଦୂଷିତପାଣି ପିଇକରି ଗାଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟିହୋଇ କିଡ଼ନୀ ରୋଗରେ ମଧ୍ୟ ଆକ୍ରାନ୍ତ ଗ୍ରାମବାସୀ, ପ୍ରାୟ ୩୦ରୁ ଅଧିମ ରୋଗୀ ଅଛନ୍ତି ଏହି ଗ୍ରାମ ଆଖପାଖ ଅଞ୍ଚଳରେ।

new life
You might also like
error: Content is protected !!