News
lipub
samparksetu

ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ

ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଠୋକର ବସଷ୍ଟାଣ୍ଡ ଠାରେ ଆଜି ସକାଳ ସାତ ଘଟିକା ସମୟ ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣ ସାମାନ୍ୟ ବଆହତ ହୋଇଛନ୍ତି l

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଗୁଡ଼ିଆକାଟେଣୀ ଆଡୁ ଖଜୁରିଆକଟା ଅଭିମୁଖେ ନନ୍ଦପୁର ଗ୍ରାମ ର ବିଦ୍ୟାଧର କର (୬୨) ନିଜ ବାଇକ ଯୋଗେ ଆସୁଥିବା ବେଳେ ବିପରୀତ ଦିଗରୁ ବାଇକ ଯୋଗେ ରାସୋଳ ଥାନା ଅନ୍ତର୍ଗତ ଅଁଳାବେରେଣୀ ଗ୍ରାମର ସୁନୀଲ ସାହୁ (୩୫)ଓ ସାଥି ଶୁଭଙ୍କର ବେହେରା( ୩୨) ଏକ ବାଇକରେ ଆସୁଥିବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା ।

ଘଟଣା ସ୍ଥଳ ରେ ବିଦ୍ୟାଧର କର ଅଚେତ ହୋଇଯାଇଥିଲେ । ସ୍ଥାନୀୟ ଲୋକ ଙ୍କ ପାଖରୁ ଖବର ପାଇ ଖଜୁରିଆକଟା ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ତିନି ଜଣ ଙ୍କୁ ଉଦ୍ଧାର କରି ନିକଟସ୍ଥ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚାଇ ଥିଲେ l ବିଦ୍ୟାଧର କର ଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇ ଥିବା ବେଳେ ସୁନୀଲ ଓ ଶୁଭଙ୍କର ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛ ।

ଅନ୍ୟପଟେ ଭୁବନ ଥାନା ସାଇମନ୍ଦିର ସାମ୍ନା ରେ ଷଣ୍ଢ ସହ ପିଟି ହେବାରୁ କମ୍ପୁଟର ସେଣ୍ଟର କୁ ଆସୁଥିବା ଛାତ୍ରୀ ଗ ଗୁରୁତର ହୋଇ କଟକ ସ୍ଥାନନ୍ତର ହୋଇଥିବା ଜଣାପଡିଛି ।

new life
You might also like
error: Content is protected !!