News
lipub
samparksetu

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ଅବରୋଧ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ନ୍ୟାୟ ଦାବିରେ ମୃତଦେହ ରଖି ମୁଖ୍ୟରାସ୍ତା ଅବରୋଧ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ନିକଟରେ ।

ସୂଚନା ଅନୁଯାୟୀ ଅଜଣା ଗାଡି ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି, ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।

ଯୁବକ ଜଣଙ୍କ ଗନ୍ଦିଆ ବ୍ଲକ ଅନ୍ତର୍ଗତ ବାଉଁଶବେରେଣି ଗ୍ରାମର ସନାତନ ଖଟୁଆ (୪୫) ବୋଲି ସୂଚନା ମିଳିଛି । ସନାତନ ସାଇକେଲ ଯୋଗେ ଫେରୁଥିବା ସମୟରେ ମନ୍ଦାର ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ହୋଇଥିଲା ।

new life
You might also like
error: Content is protected !!