News
lipub
samparksetu

ଘରକୁ ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସାପୁଆ ନାଳ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଘଟିଲା ଦୁର୍ଘଟଣା, ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ମେଡ଼ିକାଲ ରେ ଭର୍ତ୍ତି ।

ସୂଚନା ଅନୁଯାୟୀ ଢେଙ୍କାନାଳ ସହର ମାଣ୍ଡପା ସାହିର ପ୍ରଶାନ୍ତ ପାତ୍ର ମନ୍ଦାର ପଞ୍ଚାୟତ ର ରାମସୁଦା ପାଟଣାରୁ ଢେଙ୍କାନାଳ କୁ ଫେରୁଥିବା ସମୟରେ ପ୍ରାୟ ଅପରାହ୍ନ ୨.୩୦ ସମୟରେ ସାପୁଆ ନାଳ ନିକଟରେ ଦୁର୍ଘଟଣା ର ଶିକାର ହୋଇଥିଲେ ।

ତେବେ ଦୁର୍ଘଟଣା ସ୍ଥାନରେ ଅଗ୍ନିଶମ ବିଭାଗ ପହଁଚି ତାଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରିବା ସହ ଶ୍ରୀରାମ ଚନ୍ଦ୍ରପୁର ଡାକ୍ତର ଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ପ୍ରଶାନ୍ତ ଙ୍କ ଶରୀର ସୁସ୍ଥ ଥିବାର ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିଛି ।

ଅନ୍ୟପଟେ ସମ୍ପୃକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ମହଲରେ ଅଶାନ୍ତି ଦେଖାଦେଇଛି ।

new life
You might also like
error: Content is protected !!