News
lipub
samparksetu

ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଗୋବରୀ ମହାନ୍ତ ସାହି ରାସ୍ତା ରେ ପଚ ପଚ କାଦୁଅ ହେବାରୁ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ଅଛନ୍ତି ଏହାକୁ ନେଇ କଙ୍କଡ଼ାହାଡ଼ ବିଡିଓ ଙ୍କୁ ଏକ ଅଭିଯୋଗ ହୋଇଛି ।

ପ୍ରକାଶ ଥାଉକି ଗୋବରୀ ସାହିର ମହାନ୍ତ ସାହିକୁ ଯିବାକୁ ହେଲେ ଦୁଇଟି ନାଳ ଅତିକ୍ରମ କରିବାକୁ ପଡି ଥାଏ , ସରକାର ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟିଏ ନାଳରେ ଗୋଟିଏ ଗଡା ପୋଲ କରିଥିଲେ। ହେଲେ ସେହି କାମ ନିମ୍ନମାନର କରି ଥିବାର ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।

ରାସ୍ତା ଉପର ପାର୍ଶ୍ୱରେ ଗୋଟିଏ ପୋଖରୀ ଥିବାରୁ ଠିକାଦାର ଡ୍ରେନେଚ ନ କରିବାରୁ ରାସ୍ତାରେ ଯାତାୟତ ଅସମ୍ଭବ ହୋଇ ପଡିଛି । ଏହି ଅଭିଯୋଗରେ ଗ୍ରାମର ମହିଳା ଏବଂ ପୁରୁଷ ମିଳିତ ସହଯୋଗରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ରାସ୍ତା କୁ ତୁରନ୍ତ ମରାମତି କରାନଗଲେ ଗ୍ରାମବାସୀ ବ୍ଲକରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

new life
You might also like
error: Content is protected !!