News
lipub
samparksetu

ଗ୍ୟାସ ବୋଝେଇ ପିକଅପ ଭ୍ୟାନ କୁ ଧକ୍କା ଦେଲା ଟ୍ରକ ; ଜଣେ ମୃତ ଜଣେ ଆହତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଏକ ଗ୍ୟାସ ବୋଝେଇ ଏକ ପିକଅପ ଭ୍ୟାନ କୁ ଷଡ଼ଙ୍ଗୀ ଆଡୁ ଆସୁଥିବା ଟ୍ରକ ମୁହାଁମୁହିଁ ଧକ୍କା ଦେଇଥିବା ଫଳରେ ଜଣେ ମୃତ ସହ ଜଣେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ଭୁବନ ଥାନା ଏକତାଳି ପଂଚାୟତ ର ଚନ୍ଦାର ଗ୍ରାମର ନକୁଳ ସାହୁ( ୫୦) ମନ୍ଦାର ଗ୍ରାମରେ ଗ୍ୟାସ ଦେବା ନିମନ୍ତେ ରାସ୍ତା ରେ ଗାଡି ରଖି ଠିଆ ହୋଇଥିଲେ । ଷଡ଼ଙ୍ଗୀ ଆଡୁ ଆସୁଥିବା ଏକ ଟ୍ରକ ତାଙ୍କ ଗାଡିକୁ ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଗୁରୁତର ଅବସ୍ଥାରେ ନକୁଳ ଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେବା ରାସ୍ତାରେ ତାଙ୍କର ନିଧନ ହୋଇଯାଇଛି ।

ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଭୁବନ ଥାନା ଅଧିକାରୀ ପ୍ରଶାନ୍ତ ପାତ୍ରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଜବତ କରିବା ସହ ବୁଧେଶ୍ୱର ମନ୍ଦିର ନିକଟରୁ ହେଲପର କୁ ଅଟକ ରଖି , ଗାଡି କୁ ଥାନା କୁ ନିଆଯାଇଛି । ଟ୍ରକ ଟି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଂଚାୟତ ର ପ୍ରମିଳା ଜେନା ଙ୍କର ବୋଲି ସୂଚନା ମିଳିଛି ।

ଏହି ଦୁର୍ଘଟଣା ରେ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବାର ସୂଚନା ମିଳିଛି ସେ ହେଉଛନ୍ତି ମନ୍ଦାର ଗ୍ରାମର ଚାନ୍ଦ କମାର , ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!