News
lipub
samparksetu

ଗାଈ ଧାନତଳି ଖାଇବାକୁ ନେଇ ଗଣ୍ଡଗୋଳ ; ଚାରି ଆହତ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାସୁଦେଇପୁର ଗ୍ରାମ ର ଚାହନା ଦାସ ଙ୍କ ଗାଈ ବଂଶୀଧର ଦାସ ଙ୍କ ଧାନ ତଳି ଖାଇଯିବାରୁ ୨ ପରିବାର ମଧ୍ୟରେ ଖଣ୍ଡା ଓ ବାଉଁଶ ଠେଙ୍ଗା ଦ୍ୱାରା ଆକ୍ରମଣ ଓ ପ୍ରତି ଆକ୍ରମଣ ଫଳରେ ୪ଜଣ ଗୁରୁତର ଆହତ ହୋଇ ଭୁବନ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ , ରବିବାର ଦିନ ପ୍ରାୟ ୨.୩୦ ଘଟିକାରେ ଘଡଘଡି ସହ ବର୍ଷା ହେବାରୁ ପଡିଆରେ ଚରୁଥିବା ଗାଈ ଘର କୁ ଆସୁଥିବା ବେଳେ ବଂଶୀଧର ଙ୍କ ଧାନ ତଳି ଖାଇବା ସହ ନଷ୍ଟ ଵି କରିଥିଲେ । ଫଳରେ ବଂଶୀଧର ଙ୍କ ପୁଅ ମାନେ ଚାହନା ଦାସ ଙ୍କ ଘରେ ପଶି ବାଉଁଶ ଠେଙ୍ଗା ଓ ଖଣ୍ଡା ରେ ଆକ୍ରମଣ କରିଥିଲେ । ଯାହା ଫଳରେ ଚାହନା ଙ୍କ ସ୍ତ୍ରୀ କୌଶଲ୍ୟା ବଡ ପୁଅ ପ୍ରଭାସ ସାନ ପୁଅ ରମେଶ ଙ୍କର ମୁଣ୍ଡ ରେ ଗଭୀର ଆଘାତ ଲାଗିଛି ।

ବଂଶୀଦାର ଦାସ (୬୦)ତାଙ୍କ ପୁଅ ଦୀନବନ୍ଧୁ ଦାସ (୩୬) ,ସ୍ତ୍ରୀ ଝରଣା ଦାସ (୫୫) ,କାହ୍ନୁ ଦାସ (୫୦), ସ୍ତ୍ରୀ ମେନକା ଦାସ (୪୮) ପୁଅ ଗଗନ ଦାସ (୨୭) ଜାଗା ଦାସ (୨୮)ଗଣ୍ଡଗୋଳ ରେ ସାମିଲ ଥିବା ପୋଲିସ ଏତଲା ରେ ଉଲ୍ଲେଖ ରହିଛି । ଉଭୟ ପକ୍ଷରୁ ୬ ଜଣ ଥାନାରେ ଅଟକ ଥିବା ଜଣାପଡିଛି ।

new life
You might also like
error: Content is protected !!