୨୦୦୬ ମସିହା ରେ ପ୍ରତିଷ୍ଠା ହୋଇଥିବା ଏହି ଆଶ୍ରମରେ ସମାଜର ମଙ୍ଗଳ ସାଧନ ପାଇଁ ପ୍ରତିବର୍ଷ ଜଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି । ଆଶ୍ରମର ମୁଖ୍ୟ ଆବାହକ ଙ୍କ ମତ ଅନୁସାରେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ଏବଂ ବ୍ରହ୍ମ ଜ୍ଞାନର ଉତ୍ତଥାନ ନିମନ୍ତେ ଅନନ୍ତ ଆଶ୍ରମର ଉତ୍ପତ୍ତି।
ସଂସାରରୁ କଳି ରାକ୍ଷସ ଦୂର ହେବା ପାଇଁ ବ୍ରହ୍ମଯଜ୍ଞ ଭଳି କାର୍ଯ୍ୟ ହିଁ ସମାଧାନର ରାସ୍ତା। ଆଶ୍ରମ ସଭାପତି ଶ୍ରୀଯୁକ୍ତ ନନ୍ଦକିଶୋର ସାହୁ, ସମ୍ପାଦକ କୈଳାଶ ଚନ୍ଦ୍ର ରଣା ଓ ଆବାହକ ଶ୍ରୀଯୁକ୍ତ ଗିରିଧାରୀ ସାହୁ,ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା ।
ପରିଶେଷରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା ।
