News
lipub
samparksetu

ବାଲି ଘାଟ କୁ ନେଇ ହଣାକଟା !

ଭୁବନ ମାର୍ଥାପୁର ବାଲିଘାଟ କୁ ନେଇ ଯମୁନକୋଟ ଗ୍ରାମ ରେ ଜନୈକ ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ l ସୂଚନା ଅନୁଯାୟୀ , ଯମୁନକୋଟ ର ସଂଜିତ ବାରିକ (୨୩)ତାଙ୍କ ବାପା ସର୍ବେଶ୍ୱର ବାରିକ ଙ୍କୁ ସେହି ଗ୍ରାମ ର କେତେଜଣ ଯୁବକ ଶୁକ୍ରବାର ରାତି ପ୍ରାୟ ୯.୩୦ଟା ରେ ଆକ୍ରମଣ କରିଛନ୍ତି ।

ବାପ ପୁଅ ଙ୍କୁ ଭୁବନ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ସଂଜିତ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଡାକ୍ତରଖାନା କୁ ପଠାଇଦିଆ ଯାଇଛି । ଏହି ଆକ୍ରମଣ ରେ ଭଗବାନ ବାରିକ ଙ୍କ ପୁଅ ଶିବପ୍ରସାଦ ବାରିକ ଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବାର ସୂଚନା ।

new life
You might also like
error: Content is protected !!