News
lipub
samparksetu

ସହର ମଧ୍ୟରେ ପୂଜା ଚାନ୍ଦା ନେଇ ବ୍ୟବସାୟୀ ଙ୍କୁ ଆକ୍ରମଣ !

ଢେଙ୍କାନାଳ ଲକ୍ଷ୍ମୀପୂଜା ରେ ଚାନ୍ଦା କୁ ନାଁ । ପୂଜା ସମୟରେ ଜବରଦସ୍ତି ଚାନ୍ଦା ମାଗି ପାରିବେ ନାହିଁ କମିଟି । କିଛି ଏଭଳି ନିଷ୍ପତ୍ତି ହୋଇଥିଲା ପୂଜା ପ୍ରସ୍ତୁତି ବୈଠକ ରେ । ବୈଠକରେ
ଖୋଦ ଉପସ୍ଥିତ ଥିଲେ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ତ୍ତୃପକ୍ଷ ଏବଂ ବିଭିନ୍ନ ପୂଜା କମିଟିର ସଭାପତି । ତେବେ ବୈଠକ ଟି କେବଳ ଗୃହ ମଧ୍ୟରେ ସୀମିତ ରହିଯାଇଥିବାର ସାଧାରଣ ରେ ଚର୍ଚ୍ଚା ।

ବିଗତ ଦିନରେ ଲକ୍ଷ୍ମୀପୂଜା ଚାନ୍ଦା କୁ ନେଇ ସହରର ବିଭିନ୍ନ ସ୍ଥାନ ରେ ଅସନ୍ତୋଷ ଦେଖାଦେଇଛି । ତେବେ ଏ ନେଇ ବିଭିନ୍ନ ଅଧିକାରୀ ଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଫଳ ଶୁନ । ସତେ ଯେପରି ଅଧିକାରୀ ଙ୍କ ଉପରୁ ଆସ୍ଥା ହରାଇଛନ୍ତି ଜନତା । ଠିକ ଏଭଳି ଆଉ ଏକ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ବଜାର ଅଞ୍ଚଳରେ । ଅଭିଯୋଗ କାରୀ ସ୍ମୃତି ସୌରଭ ଙ୍କ ସୂଚନା ଅନୁଯାୟୀ ଗାନ୍ଧୀ ମନ୍ଦିର ନିକଟରେ ସିଏ ଆଜି ତାଙ୍କର ବ୍ୟବସାୟ ଆରମ୍ଭ କରୁଥିବା ସମୟରେ କିଛି ଯୁବକ ତାଙ୍କୁ ପୂଜା ଚାନ୍ଦା ମାଗିଥିଲେ । ତେବେ ଆଜି ନୂଆ ଦୋକାନ ଖୋଲୁଥିବାରୁ ଆଗାମୀ ଦିନରେ ସିଏ ଚାନ୍ଦା ଦେବେ ବୋଲି କହିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ବଚସା ଘଟି ଏହା ଉଗ୍ରରୂପ ନେଇଥିଲା । ଗୋଷ୍ଠୀ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଏପରିକି ସେଠାରେ ଥିବା ସ୍ମୃତି ଙ୍କ ଶ୍ୱଶୁର ନୀଳମଣି ପତି ସ୍ମୃତିଙ୍କୁ ଆକମଣ ରୁ ବଞ୍ଚାଇବାକୁ କାକୁତି ମିନତୀ ହୋଇଥିଲେ ମଧ୍ୟ ରକ୍ଷା କରି ପାରିନଥିଲେ ।

ତେବେ ଚାନ୍ଦା ବାରଣ ସତ୍ୱେ ମଧ୍ୟ ଖୁଲମ ଖୁଲା ଚାଲିଛି ଚାନ୍ଦା ଆଦାୟ, ସବୁ କିଛି ଜାଣି ନିଦା ବିଷ୍ଣୁ ସାଜିଛନ୍ତି କମିଟି ମେମ୍ବର । ସହରରେ ପୋଲିସ ଙ୍କ ଛାଉଣୀ ତା ମଧ୍ୟରେ ସହର ଭିତରେ ଏଭଳି ଜଘନ୍ୟ ରକ୍ତାକ୍ତ କାଣ୍ଡ ତେବେ, ଏଭଳି ଘଟଣା ଦେଖି ନିଜକୁ ସୁରକ୍ଷିତ ମନୁନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ସହର ର କିଛି ବରିଷ୍ଟ ନାଗରିକ ।

new life
You might also like
error: Content is protected !!