News
lipub
samparksetu

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର !

ଗଛ ଉପରେ ଯୁବକଙ୍କ ଝୁଲନ୍ତା ମୃତଦେହ, ଏଭକି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗ୍ରାମରେ ।

ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗ୍ରାମର ବେଣୁଧର ସାହୁଙ୍କ ସାନ ପୁଅ ସୋମନାଥ ସାହୁ (୨୨) ଗତକାଲି ସନ୍ଧ୍ୟାରେ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିବା ବେଳେ, ଆଜି ସକାଳେ କେନାଲ ନିକଟରେ ଥିବା ଏକ ଆମ୍ବଗଛ ରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ ଗଛ ତଳେ ତାଙ୍କ ମୋଟର ସାଇକେଲ ମଧ୍ୟ ଥିବାର ଦେଖିବାକୁ ମିଳିଛି । ମୃତକ ସୋମନାଥ ଙ୍କ ବାପା ହତ୍ୟା ଅଭିଯୋଗ ଆଣିଥିବା ବେଳେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l

new life
You might also like
error: Content is protected !!